ବଲିୟୁଡ଼ ଜଗତର ବେତାଜ ବାଦଶାହା କିଙ୍ଗ ଖାଁ ଙ୍କ ଆଜି ଜନ୍ମଦିନ

ବଲିୟୁଡ଼ ଜଗତର ସେ ବାଦଶାହା I କେବଳ ଭାରତ ନୁହେଁ ସାରା ବିଶ୍ୱରେ ତାଙ୍କର କୋଟି କୋଟି ଫ୍ୟାନ I 1964 ମସିହା ନଭେମ୍ବର 2ତାରିଖ ରେ ଜନ୍ମ ନେଇଥିବା ଶାହରୁଖ ଖାଁ ଙ୍କର ଆଜି ଜନ୍ମ ଦିନ I ପିଲାଟି ଦିନରୁ ଅଭିନୟ ପ୍ରତି ତାଙ୍କର ଦୁର୍ବଳତା ଥିବାରୁ ଦିଲ୍ଲୀର ହଂସରାଜ କଲେଜରୁ ଅର୍ଥନୀତିରେ ସ୍ନାତ୍ତକ ସାରି ,ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ରେ ଅଧୟନ କରିଥିଲେ I ତେବେ ଆଜିବି ଏହି ବାଦଶାହ କିଙ୍ଗ ଖାଁ ଙ୍କର ପ୍ରକୃତ ନାମ ଅଧିକାଂଶ ଜାଣିନଥିବେ ଅସଲ ରେ ତାଙ୍କ ନାମ ହେଉଛି ଅବଦୁଲ ରହମାନ ପରେ ଏହି ନାମଟି ବଦଳାଇ ଶାହରୁଖ ଖାନ ରଖାଯାଇଥିଲା I

1989 ଟିଭି ସିରିଏଲ ଫୌଜୀ ରେ ନଜର ଆସିଥିବା ଶାହରୁଖ 1992 ରେ ଦିୱାନା ଜରିଆ ରେ ଏଣ୍ଟ୍ରୀ କରିଥିଲେ I ୟା ପରେ ଆଉ ପଛକୁ ଚାହିଁ ନାହାନ୍ତି ଶାହରୁଖ ଡର ,ବାଜିଗର ,କୁଛ କୁଛ ହୋତା ହେ ,ଦେବଦାସ ,ଦିଲ ତୋ ପାଗଲ ହେ ,ଏହିପରି ଅନେକ କାଳଜୟୀ ଚଳଚିତ୍ର ରେ ନିଜର ନିଖୁଣ ଅଭିନୟ ପାଇଁ ସେ ପାଲଟିଗଲେ ହିନ୍ଦୀ ସିନେମା ଜଗତର ବେତାଜ ବାଦଶାହ I ଆଜି ତାଙ୍କ ଜନ୍ମ ଦିନରେ ଶୁଭକାମନା I

Leave a Reply

Your email address will not be published. Required fields are marked *