ପ୍ରାଇଜ୍‌-ପ୍ରେଷ୍ଟିଜ୍‌-ପେନ୍‌ସନ୍‌ ପାଇଁ କୃଷକ ରାଜଧାନୀ ରେ ,ସାଂସଦ ହେବା ପରେ ସୌମ୍ୟ ଙ୍କ ଦେଖା ନାହିଁ

କୁଆଡେ ଗଲେ ସୌମ୍ୟ ?? ନିଜେ ପାଇଲେ ପ୍ରାଇଜ୍‌-ପ୍ରେଷ୍ଟିଜ୍‌-ପେନ୍‌ସନ୍‌ .କିନ୍ତୁ କୃଷକ ଙ୍କୁ କେବେ ??

ସମାଜରେ ନିଷ୍ପେସିତ ,ଶୋଷିତ ଅବହେଳିତ କୃଷକ ମାନଙ୍କୁ ଉଚିତ ନ୍ୟାୟ ଦେବାକୁ ପ୍ରାଇଜ୍‌-ପ୍ରେଷ୍ଟିଜ୍‌-ପେନ୍‌ସନ୍‌ ଦାବିରେ ଅଣ୍ଟା ଭିଡ଼ିଥିଲେ ଆମ ଓଡିଶା ତଥା ସମ୍ବାଦ, ର ପ୍ରତିଷ୍ଠାତା ସୌମ୍ୟ ପଟନାୟକ I କୃଷକ ଙ୍କୁ ନ୍ୟାୟ ଦେବାକୁ ସମ୍ବାଦପତ୍ର ,ଗଣମାଧ୍ୟମ ରେ ବହୁ ବାକ୍ୟ ବାଣ ଛାଡୁଥିଲେ I ରାଜ୍ୟ ସାରା ବୁଲି ବୁଲି କୃଷକ ମାନଙ୍କୁ ଏକାଠି କରାଇ ପ୍ରାଇଜ୍‌-ପ୍ରେଷ୍ଟିଜ୍‌-ପେନ୍‌ସନ୍‌ ର ଜୋରଦାର ଆନ୍ଦୋଳନ କରିଥିଲେ I କୃଷକ ମାନଙ୍କ ପାଇଁ ବିଜେଡି ସୁପ୍ରିମ ନବୀନ ଙ୍କୁ ମଧ୍ୟ ଶାଣିତ ଭାଷାରେ ତୀବ୍ର ସମାଲୋଚନା କରୁଥିଲେ ଏହି ମିଡ଼ିଆ ତଥା ସମ୍ବାଦପତ୍ର ର ବାଦଶାହା I ପ୍ରଥମଥର ପାଇଁ କେହି ଜଣେ କୃଷକ ଙ୍କ ପାଇଁ ସ୍ୱର ଉତ୍ତଳନ ରେ ହଜାର ହଜାର ସମର୍ଥକ ସମର୍ଥନ ଦେଇ ଚାଲି ଆସିଥିଲେ ରାଜଧାନୀ କୁ I

ସୌମ୍ୟଙ୍କ ଏହି ତୀବ୍ର ଆନ୍ଦୋଳନ ଶେଷରେ ନବୀନ ବାବୁ ଙ୍କ ଦୃଷ୍ଟି କୁ ଆସିଲା ଏବଂ କଂଗ୍ରେସ ରୁ ଦଳୀୟ ଶୃଙ୍ଖଳ ଭଙ୍ଗ ଅଭିଯୋଗ ରେ ବିଦା ହେବା ପରେ ନିଜର ଏକ ଦଳ ଗଠନ କରି ଅସଫଳତା ପାଇଥିବା ସୌମ୍ୟ ଶେଷରେ ନବୀନ ବାବୁଙ୍କ ଶରଣ ରେ ପଶି ସାଂସଦ ପଦ ହାତେଇଥିଲେ I

ଚାଷୀଙ୍କ ପାଇଁ ପ୍ରାଇଜ୍‌-ପ୍ରେଷ୍ଟିଜ୍‌-ପେନ୍‌ସନ୍‌ ର ଦାବି ଦେଉଥିବା ସୌମ୍ୟ ଶେଷରେ ନବୀନଙ୍କ ଠାରୁ ପ୍ରାଇଜ ହିସାବ ରେ ସାଂସଦ ପଦ ,ସାଂସଦ ଭାବରେ ପ୍ରେଷ୍ଟିଜ୍‌ ଏବଂ ପେନ୍‌ସନ୍‌ ପାଇଥିଲେ କିନ୍ତୁ ଯେଉଁ ନିରୀହ ଚାଷୀ ଙ୍କୁ ମୋହରା ବନେଇଲେ ସେମାନେ କଣ ପାଇଲେ ??

ତେବେ ଅଧା ବାଟରେ ହାତ ଛାଡି ଚାଲିଯିବା ପରେ ପୁଣି ଥରେ ଏବେ ନିଜର ଅଣ୍ଟା ସଳଖି ଆଗକୁ ବଢିଛି କୃଷକ ନବ ନିର୍ମାଣ ସଂଗଠନ ।ରାଜଧାନୀ ରେ ପକାଇଛି ନିଜର ଡେରା , ୟା ଭିତରେ ନିରଞ୍ଜନ ମଧ୍ୟ ଚାଷୀଙ୍କୁ ସମର୍ଥନ କରିସାରିଲେଣି ,କିନ୍ତୁ ସୌମ୍ୟ ଙ୍କ ଦେଖା ନାହିଁ I

Leave a Reply

Your email address will not be published. Required fields are marked *