ଢେଙ୍କାନାଳ ରେ ନବୀନ ନନ୍ଦ ଙ୍କ ବିଶାଳ ଜନସମାବେଶ ,ଯୋଗ ଦେଲେ ବୈଜୟନ୍ତ I 20ହଜାର ଲୋକଙ୍କ ସମାଗମ

ଢେଙ୍କାନାଳ ଜିଲ୍ଲାରେ ଗଁଦିଆ ବ୍ଲକ କୁ ସବଡ଼ିଭିଜନ ଦାବିରେ ଗଁଦିଆ ର ପୂର୍ବତନ ବିଧାୟକ ନବୀନ ନନ୍ଦ ବରପଦା ନିକଟରେ ଏକ ବିଶାଳ ଜନସମାବେଶ ର ଆହ୍ଵାନ ଦେଇଥିଲେ I ବିଶାଳ ଜନସମାବେଶ ରେ ପାଖାପାଖି 20ହଜାର ରୁ ଉର୍ଧ ସମର୍ଥକ ମାନଙ୍କର ଗହଳି ଲାଗିଥିଲା I

ସମାବେଶ ରେ କେନ୍ଦ୍ରାପଡା ର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଯୋଗ ଦେଇଥିଲେ I ନିକଟରେ ଦାମ ରାଉତ ଏକ ନୂତନ ଦଳ ଗଢ଼ିଥିବା ବେଳେ ବୈଜୟନ୍ତ ଙ୍କ ଯୋଗଦାନ କୁ ନେଇ ଚର୍ଚା ହେଉଥିବା ବେଳେ ବୈଜୟନ୍ତ କୌଣସି ପ୍ରତିକ୍ରିୟା ଦେଇନଥିଲେ ମଧ୍ୟ ଆଜି ସମାବେଶ ରେ କହିଥିଲେ କି ଯିଏ ବି ଦୁର୍ନୀତି ବିରୁଧରେ ସ୍ୱର ଉତ୍ତୋଳନ କରିବେ ସେମାନଙ୍କ ସହିତ ମୁଁ ଅଛି

ଏହା ସହିତ ବିଜେଡି ସରକାର ର ଦୁର୍ନୀତି ଏବଂ ଗୁଣ୍ଡାଗର୍ଦ୍ଦି ଭୁବନେଶ୍ୱର ରୁ ଗାଁ ପର୍ଯ୍ୟନ୍ତ ବୃଦ୍ଧି ହେବାରେ ଲାଗିଛି ଏହାର ଉପଯୁକ୍ତ ଜବାବ ଜନସାଧାରଣ ଦେବେ I

ତେବେ ସମାବେଶ ରେ କିଛି ଯୁବକ ମଞ୍ଚରେ ଚଢି ସଭା କୁ ଭଣ୍ଡୁର କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ଉପସ୍ଥିତ ନବୀନ ଙ୍କ ସମର୍ଥକ ମାନେ ସେମାନଙ୍କୁ ସଂଗେ ସଙ୍ଗେ କାବୁ କରିନେଇ ପରିସ୍ଥିତି କୁ ନିୟନ୍ତ୍ରଣ କରିଥିଲେ I

Leave a Reply

Your email address will not be published. Required fields are marked *