ବୈଜୟନ୍ତ ବେପାରୀ ଲୋକ ,ଆଉ 400 କୋଟି ଛାଡ଼ ପାଇଁ ତାଙ୍କର ଲୋଭ , ସେଥିପାଇଁ ଧରାଛୁଆଁ ଦେଉନାହାନ୍ତି

ନିଜର ତୁଣ୍ଡ ପାଇଁ ସର୍ବଦା ସେ ଚର୍ଚିତ I ନିଜ ଦଳ ହେଉ କିମ୍ବା ଯେ କୌଣସି ନେତା ହୁଅନ୍ତୁ ସବୁବେଳେ ନିଜର ସ୍ପଷ୍ଟବାଦିତା ପାଇଁ ଏହି ନେତା ଚର୍ଚ୍ଚା ରେ ରହିଆସିଛନ୍ତି I ନିଜ ତୁଣ୍ଡ ପାଇଁ ବିଜେଡି ରୁ ବିଦା ହେଇଥିବା ଦାମ ନିକଟରେ ନିଜର ଦଳ ର ନାମ ବିଜୁ ସମତା କ୍ରାନ୍ତି ଦଳ ବୋଲି ମଧ୍ୟ ଘୋଷଣା କରିସାରିଛନ୍ତି Iଦାମ ଙ୍କ ଦଳରେ ବୈଜୟନ୍ତ ,ପଞ୍ଚାନନ କାନୁନଗୋ ,ବିଜୟ ମହାପାତ୍ର ,ଦିଲୀପ ରାୟ ମିଶିବା ନେଇ ଚର୍ଚ୍ଚା ହେଉଛି I

ତେବେ ଦାମ ଙ୍କ ବାରିପଦା ସଭାରେ ସବୁଆଡେ ଦାମ ଙ୍କ ସହିତ ବୈଜୟନ୍ତ ଯୋଗ ଦେବେ ବୋଲି ପୋଷ୍ଟର ମରାସରିଥିଲେ ମଧ୍ୟ ବୈଜୟନ୍ତ ଯୋଗ ନଦେଇ ଅଧା ବାଟରୁ ଖସିଯାଇଥିଲେ I

ଏନେଇ ଏକ ୱେବ ଚାନେଲ କୁ ସାକ୍ଷାତକାର ରେ କହୁ କହୁ ଦାମ ରାଉତ ବୈଜୟନ୍ତ ଙ୍କ ଗୁମର ଖୋଲିଦେଇଛନ୍ତି ଯାହାକି ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି I ନିଜେ ଦାମ କହିଛନ୍ତି ଯେ ବୈଜୟନ୍ତ ବେପାରୀ ଲୋକ ,ଗୋଟେଥର 200କୋଟି ଛାଡ ପାଇଥିଲା ଏଥର ଭାବୁଛି 400କୋଟି ଛାଡ ପାଇବ ସେଥିପାଇଁ ଧରା ଛୁଆଁ ଦେଉନି ,କିନ୍ତୁ ତାକୁ ଛାଡ଼ ଦେବେନି ସେ ବିଚାରା ବୁଝିପାରୁନି I

ଏବଂ ଆହୁରି ମଧ୍ୟ କହିଥିଲେ ଯେ ନବୀନ ମୋଦି ଙ୍କୁ କହିଛନ୍ତି ତମର ସବୁ କଥାରେ ମୁଁ ରାଜି କିନ୍ତୁ ବୈଜୟନ୍ତ ଙ୍କୁ ଦଳରେ ନେବନି I

Leave a Reply

Your email address will not be published. Required fields are marked *