ପ୍ରେସ ମିଟରେ ହିରୋଇନ- ନିର୍ଦେଶକ ହାତାହାତି ;ଫିଲ୍ମ ନିର୍ଦ୍ଦେଶକ ଦୀଲିପ ପଣ୍ଡାଙ୍କ ବିରୁଧରେ ସଂଗୀନ ଅଭିଯୋଗ

ଗତକାଲି ଭୁବନେଶ୍ୱରର ଏକ ହୋଟେଲରେ ଓଡ଼ିଆ ଫିଲ୍ମ “ତୁ ମୋ ସୁନା ଚଢେଇ” ଫିଲ୍ମର ଅଡିଓ ରିଲିଜ ହେଉଥିଲା I ଯେଉଁଥିରେ କି ନାୟିକା ଥିଲେ ବଙ୍ଗୀୟ ହିରୋଇନ ଏଲିସା ଏବଂ ନିର୍ଦେଶକ ଦୀଲିପ ପଣ୍ଡା I ତେବେ ଫିଲ୍ମ ର ଅଡିଓ ରିଲିଜ ହେବା ପୂର୍ବରୁ ହଠାତ ଚିହିଁକି ଉଠିଥିଲେ ନାୟିକା I

ନିର୍ଦେଶକ ଦିଲୀପ ଙ୍କୁ ଗାଳି ଗୁଲଜ କରିବା ସହିତ ତାଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଛନ୍ତି I ନାୟିକା ଙ୍କ ଅଭିଯୋଗ ଅନୁଯାଇ ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ ଦିଲୀପ I

ତେବେ ଦିଲୀପ ଏହାକୁ ଖଣ୍ଡନ କରିଛନ୍ତି I ଏନେଇ ଥାନାରେ ଏତଲା ଦେବେ ବୋଲି ନାୟିକା ଜଣଙ୍କ କହିଥିବା ଜଣାପଡିଛି I

Leave a Reply

Your email address will not be published. Required fields are marked *