ଯାତ୍ରା ଜଗତର ଜୁନିଅର ବାବୁଶାନ:ପୁରା ଦେଖିବାକୁ ବାବୁଶାନ ଙ୍କ ପରି

ବାବୁଶାନ ଙ୍କ ନକଲି କଣ ଆଂଜ୍ଞା ବିଶ୍ୱାସ କରିପାରୁନାହାନ୍ତି କି ?କିନ୍ତୁ କଥା ଟା ଏକଦମ ସତ ନାମ ସୌମ୍ୟ ରଞ୍ଜନ କିନ୍ତୁ ଯାତ୍ରା ଜଗତ ରେ ସେ ଜୁନିଅର ବାବୁଶାନ ଭାବରେ ଘରେ ଘରେ ପରିଚିତ I ଦେଖିବାକୁ ପୁରା ବାବୁଶାନ ଙ୍କ ଭଳି I ବାବୁଶାନ ଙ୍କ ବଡ ସମର୍ଥକ ମଧ୍ୟ I ଯାତ୍ରା ଇଂଦ୍ରଭୁବନ ର କଳାକାର ସୋମ୍ୟ I ତେବେ ପିଲାଟି ଦିନରୁ ଅଭିନୟ ପ୍ରତି ଥିଲା ଅହେତୁକ ଦୁର୍ବଳତା I

ନବମ ଶ୍ରେଣୀରେ ଏକ ମଞ୍ଚ ରେ ଅଭିନୟ କରୁ କରୁ ଓଡ଼ିଆ ସିନେମା ର ପିତାମହ ଭୀଷ୍ମ ଦେବୁ ବୋଷ ପ୍ରସଂଶା କରିପକାଇଥିଲେ ସୌମ୍ୟ ଙ୍କୁ I ଏବଂ ଭୁବନେଶ୍ୱର କଳାବିକାଶ କେନ୍ଦ୍ର ରେ ତାଲିମ ନେବାକୁ କହିଥିଲେ I ଅଭିନୟ ପ୍ରତି ଥିବା ମୋହ କ୍ରମଶଃ ତାଙ୍କୁ କଳାବିକାଶ ଆଡକୁ ଟାଣିନେଇଥିଲା I

ଶିକ୍ଷା ରେ ଡିପ୍ଲୋମା ଇଲେକ୍ଟ୍ରିକାଲ ଇଞ୍ଜିନିଅର ଥିଲେ ମଧ୍ୟ ଅଭିନୟ ପାଇଁ ଭୁବନେଶ୍ୱର ପଳାଇଆସିଥିଲେ ଓପିଟିସିଏଲ ଏବଂ ପୋଲିସ ଏସଆଇ ଚାକିରୀ ଛାଡିକି I ଓଡ଼ିଆ ସିନେମାରେ ବହୁ ସଂଘର୍ଷ ପରେ ନିଜର ହୋମ ପ୍ରଡକ୍ସନ ରେ ଆଲବମ ଦ୍ୱାରା ଲୋକଙ୍କ ପାଖରେ ପହଂଚିଥିଲେ ସୋମ୍ୟ I

ପରେ ଉର୍ମି କମ୍ୟୁନିକେସନ ଦ୍ୱାରା ଏକ ଘରୋଇ ଟେଲିଭିଜନ ରେ ଚାନ୍ଦ ନା ତୁମେ ତାରା ଧାରାବାହିକ ରେ ଲିଡ଼ ରୋଲ ରେ ଆସିଥିଲେ I ବାସ ଆଉ ପଛକୁ ଫେରିନାହାନ୍ତି ସୌମ୍ୟ I ସିନେମା ଦୁନିଆ ଛାଡି ଯାତ୍ରା ଆଡକୁ ମୁଁହାଇଥିଲେ ଏବଂ ଇଂଦ୍ରଭୁବନ ରେ ଏବେ ଅଭିନୟ କରୁଛନ୍ତି

I ତେବେ ବାବୁଶାନ ଙ୍କ ପରି ଦେଖାଯାଉଥିବାରୁ ସେ ଜୁନିଅର ବାବୁଶାନ ନାମରେ ପରିଚିତ I ଏନେଇ ସୌମ୍ୟ କୁହନ୍ତି ଦିନେ କଳିଙ୍ଗ ସ୍ଟୁଡ଼ିଓ ଭୀତରେ ବାବୁଶାନ ଙ୍କ ସୁଟିଂ ଚାଲିଥିବା ବେଳେ ବାହାରେ ସୋମ୍ୟ ଙ୍କୁ ଦେଖି ଉପସ୍ଥିତ ଲୋକମାନେ ଚମକି ପଡ଼ିଥିଲେ ଏବଂ ଦ୍ୱିତୀୟ ବାବୁଶାନ ବୋଲି ସମ୍ଭୋଧନ କରିଥିଲେ I

Leave a Reply

Your email address will not be published. Required fields are marked *