ବିବାହ ବନ୍ଧନ ରେ ବାନ୍ଧିହେଲେ ଦୃଷ୍ଟିହୀନ ପ୍ରେମୀ ଯୁଗଳ କେହି କାହାକୁ ଚିହିଁ ନଥିଲେ କିମ୍ବା ଦେଖିପାରୁନଥିଲେ ତଥାପି ପ୍ରେମ ହେଇଗଲା

କୁହାଯାଏ ପ୍ରେମ ଶାଶ୍ୱତ ,ପ୍ରେମ ଚିରନ୍ତନ ,ପ୍ରେମ ସତ୍ୟ ଶିବ ସୁନ୍ଦର I ପ୍ରେମ ଅନ୍ଧ ,ପ୍ରେମରେ ଥରେ ପଡିଲେ ସବୁ ଅନ୍ଧାର ,କେବଳ ପ୍ରେମ ର ଆଲୋକିତ ହିଁ ଦେଖାଯାଏ Iକିନ୍ତୁ କେବେ ଭାବିଛନ୍ତି କି ଦୁଇଜଣ ଦୃଷ୍ଟିହୀନ ପ୍ରେମ ରେ ପଡିଯିବେ ?? ହଁ ଆଂଜ୍ଞା ଏମିତି ଘଟିଛି କଟକରେ I ଦୁଇଜଣ ଦୃଷ୍ଟିହୀନ ପ୍ରେମରେ ପଡିଯାଇଥିଲେ I କୁହାଯାଏ ପ୍ରେମ ରୂପ ଗୁଣରେ ହେଇନଥାଏ ହୃଦୟରୁ ହେଇଥାଏ ଠିକ ଏମିତି ହେଇଥିଲା ନୀଳାଚଳ ଏବଂ ରଶ୍ମି ଙ୍କ କ୍ଷେତ୍ରରେ I

ଦୁହେଁ ପିଲାଦିନରୁ ଦୃଷ୍ଟି ଶକ୍ତି ହରେଇଥିଲେ I ରଶ୍ମିରେଖା ପଣ୍ଡା ଭୁବନେଶ୍ୱର ର ସଂଗୀତ ମହାବିଦ୍ୟାଳୟ ରେ ସଂଗୀତ ରେ ଅଧୟନ କରୁଥିବା ବେଳେ ନୀଳାଚଳ ସାବତ ଖଲିକୋଟ କଲେଜ ରେ ଯୁକ୍ତ ଦୁଇ ପଢୁଛନ୍ତି I ଏବଂ ବିଭିର୍ଣ୍ଣ ମଞ୍ଚ ରେ ସଂଗୀତ ପରିବେଷଣ କରନ୍ତି I ଦୁହିଁଙ୍କ ପ୍ରେମରେ ଦୁହେଁ ପଡିଯାଇଥିଲେ ମାଧ୍ୟମ ସାଜିଥିଲା ସଂଗୀତ I

ନୟାଗଡ ର ଏକ ସଂଗୀତ କାର୍ଯ୍ୟକ୍ରମ ରେ ଦୁଇ ଜଣ ଯାକ ଏକାଠି ହେଇଥିଲେ କେହି କାହାକୁ ଚିହିଁନଥିଲେ I ଦେଖି ମଧ୍ୟ ପାରୁନଥିଲେ କିନ୍ତୁ ପ୍ରେମ ର ଆକର୍ଷଣ ରେ ଆକର୍ଷିତ ହେଇ ଦୁଇଜଣଙ୍କ ପ୍ରେମରେ ଦୁହେଁ ପଡିଗଲେ I ଶେଷରେ ବିବାହ ପାଇଁ ନିଷ୍ପତି ନେଲେ I କିନ୍ତୁ ଦୁଇଜଣ ଯାକ ଦୃଷ୍ଟିହୀନ ଥିବାରୁ ପରିବାର ସେମାନଙ୍କ ବିବାହ କୁ ରାଜି ହେଇନଥିଲେ I

କିନ୍ତୁ ପ୍ରେମ ଆଗରେ ହାର ମାନିଥିଲେ ପରିବାର ଲୋକ ଏବଂ ଦୁଇଜଣଙ୍କ ବିବାହ କଟକ ର ଏକ ମଣ୍ଡପ ରେ ହେଇଯାଇଛି I ଭଗବାନ ତାଙ୍କ ଚଲାପଥରେ ପୁଷ୍ପ ବୃଷ୍ଟି କରାନ୍ତୁ I

Leave a Reply

Your email address will not be published. Required fields are marked *