ଓଟିଭି ନିଉଜ ଫିଉଜ ଛାଡିବା ପରେ ନିଉଜ ୱାର୍ଲଡ କୁ ଫେରିଲେ କୁନା ତ୍ରିପାଠୀ ,କହୁଛନ୍ତି ଦିହକୁ ନେବେନି

ଓଟିଭି ର ନିଆରା ତଥା ସବୁଠାରୁ ଅଧିକ ଟିଆର୍ପି ଥିବା ଶୋ ନିଉଜ ଫିଉଜ ଶୋ କୁ କୁନା ତ୍ରିପାଠୀ ଛାଡିଦେଇଥିଲେ I ଯଦିଓ ନିର୍ଦ୍ଧିଷ୍ଟ କାରଣ ଜଣାନଥିଲା ତଥାପି ବିଜେଡି ସୁପ୍ରିମ ଙ୍କ ଦ୍ୱାରା ଚଳଚିତ୍ର ବିଭାଗ ର ଅଧ୍ୟକ୍ଷ ଭାବେ ନିଯୁକ୍ତ ହେବା ପରେ ଅତ୍ୟଧିକ କାମ ଏବଂ ଚଳଚିତ୍ର ଜଗତର ଉର୍ନ୍ନତି ପାଇଁ ଏହି ଶୋ ଛାଡିଥିବା ଚର୍ଚ୍ଚା ହେଉଥିଲା I ଅନ୍ୟପଟେ ରାଜନୈତିକ ସମୀକ୍ଷକ ମାନେ ମତ ରଖନ୍ତିକି ବୈଜୟନ୍ତ ଙ୍କ ନିଲମ୍ବନ ପରେ ଓଟିଭି କୁ ବିଜେଡି ନେତା ବୟକଟ କରିଥିଲେ ଏବଂ କୁନା ତ୍ରିପାଠୀ ବିଜେଡି କର୍ମୀ ଥିବାରୁ ପରେ ତାଙ୍କୁ ଚଳଚିତ୍ର ନିଗମ ର ଅଧ୍ୟକ୍ଷ କରି ଓଟିଭି ରୁ ଅପସାରଣ କରିନିଆଯାଇଥିଲା I

ଯଦିଓ ଏହା କେବଳ ରାଜନୈତିକ ଚର୍ଚା ଥିଲା କିନ୍ତୁ କୁନା ଙ୍କ ଫଲୋୟର ମାନେ କୁନାଙ୍କୁ ନିଉଜ ଫିଉଜ ରେ ବହୁତ ମିସ୍ କରିଥିଲେ ଏବଂ କୁନାଙ୍କ ବଦଳରେ ହୃଷିକେଶ ଆଙ୍କରିଂ କରିଥିଲେ ନିଉଜ ଫିଉଜ ରେ I ତେବେ ୟା ମଧ୍ୟରେ କୁନା ତ୍ରିପାଠୀ ନିଉଜ ୱାର୍ଲଡ ଓଡିଶା ରେ ଏକ କାର୍ଯ୍ୟକ୍ରମ ଦିହକୁ ନେବେନି ରେ ଆସୁଛନ୍ତି I

ଯାହାର କି ପ୍ରୋମ ପ୍ରସାରଣ ନିକଟ ଅତୀତ ରେ କରାଯାଇଛି Iଏହା ଆଗାମୀ 21ତାରିଖ ବୁଧବାର ରାତି 9.30ରେ ନିଉଜ ୱାର୍ଲଡ ଓଡ଼ିଶାରେ ପ୍ରସାରଣ ହେବ I ଏହା କୁନା ତ୍ରିପାଠୀ ଙ୍କ ଫ୍ୟାନ ମାନଙ୍କ ପାଇଁ ଏକ ଖୁଶିର କଥା , ସେ ଯେଉଁ ପ୍ରୋଗ୍ରାମ ରେ ଆସନ୍ତୁ ନା କାହିଁକି ଦର୍ଶକ ମାନଙ୍କୁ ପୁଣି ଥରେ ମନୋରଞ୍ଜନ କରାନ୍ତୁ ଏବଂ ଲୋକପ୍ରିୟତା ସାଉଁଟନ୍ତୁ I କିନ୍ତୁ ଥୋକାଏ କହୁଛନ୍ତି କି ଅନ୍ୟକୁ ଫିଉଜ କରୁଥିବା କୁନା ବାବୁ ବିଜେଡି ପାଖରେ ଫିଉଜ ହେଇଗଲେ Iଏକଥା ଆମେ କହୁନୁ ଆଜ୍ଞା ସମାଲୋଚକ ମାନେ କହୁଛନ୍ତି ,ଯଦି କଷ୍ଟ ହେଇଥାଏ ଦିହକୁ ନେବେନି I

Leave a Reply

Your email address will not be published. Required fields are marked *