ପୁଣି ତରଙ୍ଗ ଧାରାବାହିକ ନୂଆବୋହୂ କୁ ଫେରିଲେ ସାତ୍ଵିକ୍/ଜଗଜିତ

ଏକ ଦମଦାର କାହାଣୀ ସହିତ ତରଙ୍ଗରେ ପ୍ରସାରିତ ହେଇଥିଲା ଧାରାବାହିକ ନୂଆବୋହୂ I କ୍ରମଶଃ ଏହା ସବୁଠାରୁ ଅଧିକ ଲୋକପ୍ରିୟ ଧାରାବାହିକ ଭାବେ ସ୍ୱୀକୃତି ପାଇଥିବା ବେଳେ ହଠାତ କାହାଣୀର ନାୟକ ସାତ୍ଵିକ୍ ଛାଡିଦେଇଥିଲେ I ଯଦିଓ ସଠିକ ଖବର ଜଣାପଡ଼ିନଥିଲା କାହିଁକି ଛାଡିଥିଲେ ତେବେ ପାରିଶ୍ରମିକ କୁ ନେଇ ଅସନ୍ତୋଷ ଉପୁଜିଥିବା ଆଲୋଚନା ହେଉଥିଲା I

ଏହାପରେ ତାଙ୍କ ସ୍ଥାନରେ ନୂଆ ନାୟକ ନିଆଯାଇଥିଲେ ମଧ୍ୟ ଦର୍ଶକ ଙ୍କ ଭଲପାଇବା ମିଳିପାରିନଥିଲା ଏବଂ ଧାରାବାହିକ ର ଟିଆର୍ପି କମିବାରେ ଲାଗିଥିଲା ୟା ମଧ୍ୟରେ ସାତ୍ଵିକ୍ ମଧ୍ୟ ସାର୍ଥକ ଚାନେଲ ର ଜ୍ୱାଇଁ ନମ୍ବର -1 ନାମକ ଏକ ଧାରାବାହିକ ରେ ଅଭିନୟ କରିବା ପାଇଁ ଚୁକ୍ତିବଧ ହେଇଥିଲେ ମଧ୍ୟ ପରେ ଓହରି ଯାଇଥିଲେ i ଇତି ମଧ୍ୟରେ ସାତ୍ଵିକ୍ ପୁଣିଥରେ ତରଙ୍ଗ ର ନୂଆବୋହୂ ଧାରାବାହିକ କୁ ଫେରିଛନ୍ତି I ଡ଼ିସେମ୍ବର 5ତାରିଖ ରେ ପ୍ରସାରିତ ନୂଆବୋହୂ ର 435ଅଧ୍ୟାୟ ରେ ବାହୁଡ଼ିଥିଲେ ଜଗଜୀତ I

ତେବେ କାହାଣୀର ନାୟକ ଫେରୁ ଫେରୁ ଏହି ଅଧ୍ୟାୟ ଟି ୟୁଟୁବ ଇଣ୍ଡିଆ ର ଟ୍ରେଣ୍ଡିଙ୍ଗ ପେଜ୍ ରେ 32ନମ୍ବର ରେ ସ୍ଥାନ ପାଇଛି I ଓଲିୟୁଡ଼ ଜଗତର ଟିକିନିକି ଖବର ପାଇଁ ଫେସବୁକ ରେ ଫଲୋ କରନ୍ତୁ ଓଡିଶା Exclusive I

Leave a Reply

Your email address will not be published. Required fields are marked *