TikTok ରୁ ଦେଖି ପପୁ ବାଛିଲେ ଓଡ଼ିଆ ଫିଲ୍ମ ର ନୂଆ ହିରୋଇନ ,ଫନି ଭିଡିଓ ରାତାରାତି କରିଦେଲା ହିରୋଇନ

ଏବେ ସୋସିଆଲ ମିଡ଼ିଆର ଯୁଗ ଚାଲିଛି ,କିଏ କେତେବେଳେ ହିରୋ ରୁ ଜିରୋ ସାଜୁଛି ତ ଆଉ କିଏ ଜିରୋ ରୁ ଏକାଥରେ ହିରୋ I ସେମିତି ଏକ ଘଟଣା ର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଅନନ୍ୟା I ଦୀର୍ଘ 7ମାସ ଅସୁସ୍ଥ ହେବା ପରେ ପରଦାକୁ ଫେରିଛନ୍ତି ପପୁ ପମପମ I ଏକ ଭିର୍ଣ୍ଣ ଧରଣର ଚଳଚିତ୍ର ଚିରକୁଟ ନିର୍ମାଣ କରୁଛନ୍ତି Iଯେଉଁଥିରେ କି ନବାଗତା ମାନଙ୍କୁ ନେଇ କାହାଣୀ କରିଛନ୍ତି I ତେବେ ଚଳଚିତ୍ର ର ମୁଖ୍ୟ ନାୟିକା ହେଉଛନ୍ତି ଅନନ୍ୟା ଯିଏକି ଟିକଟକ ରେ ଓଡ଼ିଆ ଫନି ଭିଡିଓ ତିଆରି କରି ଶେୟାର କରନ୍ତି

I ତେବେ ନିଜ ଚଳଚିତ୍ର ର ନାୟିକା ଖୋଜୁ ଖୋଜୁ ହଠାତ ପପୁ ଙ୍କ ନଜର ପଡିଥିଲା ଟିକଟକ ର ଏକ୍ସପ୍ରେସନ କୁଇନ ଅନନ୍ୟା ଙ୍କ ଭିଡିଓ ଉପରେ I ଠିକଣା ଖୋଜି ଅନନ୍ୟାଙ୍କୁ ବିଗ ଏଣ୍ଟ୍ରି ଦେଇଥିଲେ ଚଳଚିତ୍ର ରେ ନାୟିକା ଭାବରେ I ଏନେଇ ନାୟିକା ଜଣଙ୍କ ମଧ୍ୟ ପପୁ ଙ୍କୁ ପ୍ରସଂଶା ରେ ପୋତି ପକାଇଛନ୍ତି I

Leave a Reply

Your email address will not be published. Required fields are marked *