2019 ରେ ନବୀନ ବିରୋଧୀ ଦଳ ନେତା ହେବେ ,ନିରଞ୍ଜନ ମୁଖ୍ୟମନ୍ତ୍ରୀ

ନିଜର ଗୁଗୁଲି ଛାଡିବାରେ ସୁର ରାଉତରାୟ ମାଷ୍ଟର ,ସବୁବେଳେ ଚର୍ଚ୍ଚିତ ବକ୍ତବ୍ୟ ଦେବାରେ ସେ ମାହିର I ଗଣମାଧ୍ୟମ ପ୍ରତିନିଧି ମାନେ ମଧ୍ୟ ତାଙ୍କୁ ପାଖରେ ପାଇଲେ ଉଖୁରେଇ ପଚାରିବା ପୁରୁଣା ଅଭ୍ୟାସ I ତେବେ ନିକଟରେ 5ଟି ରାଜ୍ୟରେ ନିର୍ବାଚନ ସମାପ୍ତ ସରିଥିବା ବେଳେ ଏକଜିଟ ପୋଲ ଅନୁଯାଇ ଅଧିକାଂଶ ସ୍ଥାନରେ କଂଗ୍ରେସ ବହୁମତ ପାଈବାକୁ ଯାଉଛି I ଏହାକୁ ନେଇ ଓଡ଼ିଶାର ବଳିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ମନ୍ତବ୍ୟ ରଖି କହିଛନ୍ତି ଯେ ରାଜସ୍ତାନ ମଧ୍ୟପ୍ରଦେଶ ,ଛତିଶଗଡ଼ ,ତେଲେଙ୍ଗାନା ରେ କଂଗ୍ରେସ ସରକାର ଗଢିବ ଏହା ସହିତ ଆଗାମୀ 2019 ନିର୍ବାଚନ ରେ ଓଡ଼ିଶାରେ କଂଗ୍ରେସ ଆସିବ ଏବଂ ନିରଞ୍ଜନ ମୁଖ୍ୟମନ୍ତ୍ରୀ ହେବେ I ନବୀନ ପଟନାୟକ ବିରୋଧୀ ଦଳର ନେତା ହେବେ I

Leave a Reply

Your email address will not be published. Required fields are marked *