ଓଡ଼ିଶାର ସୁନା ଝିଅ ପଦ୍ମିନୀ ଚେସ୍ ରେ ଭାରତ ପାଇଁ ଆଣିଲେ ସୁନାର ଟ୍ରଫି

ଚେସ ରେ ନିଜର ଚତୁର ଗୋଟି ଚାଳନା ରେ ପ୍ରତିପକ୍ଷ ଙ୍କୁ ହାରିବାକୁ ବାଧ୍ୟ କରୁଥିବା ଓଡ଼ିଶାର ସୁନା ଝିଅ ପଦ୍ମିନୀ ଓଡିଶା ତଥା ଭାରତ ପାଇଁ ଗର୍ବ ଆଣିଛନ୍ତି I ଫିଲିଫାଇନ୍ସ ମକଟି ରେ ରେ ଆୟୋଜିତ ଏସିଆନ ଚେସ ପ୍ରତିଯୋଗିତା ରେ ସମସ୍ତ ପ୍ରତିଦ୍ବନ୍ଦୀ ଙ୍କୁ ପଛରେ ପକାଇ ପଦ୍ମିନୀ 9ରାଉଣ୍ଡ ରେ 7ପଏଣ୍ଟ ସ୍କୋର କରି ବିଜୟିନୀ ହେଇଛନ୍ତି ଏବଂ ଭାରତ ପାଇଁ ସୁନାର ଟ୍ରଫି ଜିତିଛନ୍ତି

ଏହା ସହିତ ଆଗାମୀ 2020 ରେ ଆୟୋଜିତ ହେବାକୁ ଥିବା ବିଶ୍ୱ ମହିଳା ଚେସ ପ୍ରତିଯୋଗିତା ରେ ସେ ସ୍ଥାନ ପାଇଛନ୍ତି ଭାରତ ତରଫରୁ ଖେଳିବାକୁ I ପଦ୍ମିନୀ ଙ୍କ ଏହି ସଫଳତା ପରେ ସାରା ଦେଶରୁ ତାଙ୍କୁ ଶୁଭେଚ୍ଛା ର ସୁଅ ଛୁଟିବାରେ ଲାଗିଛି I

Leave a Reply

Your email address will not be published. Required fields are marked *