ଜଗନ୍ନାଥ ଙ୍କ ମହାପ୍ରସାଦ ପ୍ରତି ଅସମ୍ମାନ: ଜୋତା ପିନ୍ଧି କାର ବନେଟ୍‌ ଉପରେ ଅବଡ଼ା ଖାଇ ଫଟ ଛାଡିଲେ

ସବୁ ଭକ୍ତ ଙ୍କର ଗୋଟିଏ ଇଛା ଥାଏ ଜୀବନରେ ଥରେ ପୁରୀ ଯିବେ କାଳିଆ ସାଆନ୍ତ କୁ ଦର୍ଶନ କରିବେ ଆଉ ମନଭରି ତା ମହାପ୍ରସାଦ ସେବନ କରିବେ I ଦୂର ଦୂରାନ୍ତରୁ ଛୁଟି ଆସିଥାନ୍ତି ଭକ୍ତ ଟିକେ ମହାପ୍ରସାଦ ଖାଇବାକୁ I ଆନନ୍ଦବଜାର ରେ ଚକା ପକାଇ ମହାପ୍ରସାଦ ସେବନ କଲେ ୭ଜନ୍ମ ର ପାପ ବିନାଶ ହେଇ ମୋକ୍ଷ ମିଳିଥାଏ I ଏହା କେବଳ ଭୋଗ ବା ପ୍ରସାଦ ନୁହେଁ ଚାରିକୋଟି ଓଡ଼ିଆ ଙ୍କର ବିଶ୍ୱାସ ଏବଂ ଭରଷାରେ କଥା I

ତେବେ ଏହି ବିଶ୍ୱାସ ରେ କୁଠାରଘାତ କରିଛନ୍ତି କିଛି ଭକ୍ତ I ଓଡ଼ିଆ ଙ୍କର ତଥା ସାରା ବିଶ୍ୱର ଏହି ମହାପ୍ରସାଦ କୁ ଅସମ୍ମାନିତ କରିଛନ୍ତି I ଯାହାକି ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରଲ ହେବା ପରେ ସମସ୍ତେ ରାଗିପାଚି ପଞ୍ଚମ ହେବାରେ ଲାଗିଛନ୍ତି

I କିଏ ବା ନରାଗିବ ଯେ ,ଆମ କାଳିଆ ଠାକୁର କଥା ,ତା ପ୍ରସାଦ କୁ ଅସମ୍ମାନିତ କଲେ କୋଉ ଲୋକ ବା ଧର୍ଯ୍ୟ ଧରି ରହିପାରିବ ??ପ୍ରାପ୍ତ ସୂଚନା ଅନୁଯାଇ ବ୍ୟକ୍ତି ଜଣଙ୍କ କୋଲକାତାର ମାନସ ଦାସ I ଗତ ରବିବାର ସେ ନିଜ ବନ୍ଧୁ ମାନଙ୍କ ସହିତ ପୁରୀ ବୁଲିଆସିଥିବା ବେଳେ ଅବଡା କିଣି ବାହାରେ ନିଜର କାରର ବନେଟ ଉପରେ ଖାଇଥିଲେ I

ଖାଲି ଏତିକି ନୁହେଁ ଚପଲ ମଧ୍ୟ ଖୋଲିବାକୁ କେହି ବି ଉଚିତ ଭାବିନଥିଲେ I ଏବଂ ଏହାର ଫଟ ଉଠାଇ ଫେସବୁକ ରେ ଅପ୍ଲୋଡ କରିଥିଲେ ଯାହାକି ଭାଇରଲ ହେବାରେ ଲାଗିଛି Iଏହାକୁ ନେଇ ଭକ୍ତ ମହଲ ରେ ତୀବ୍ର ନିନ୍ଦା କରାଯିବା ସହିତ ତୁରନ୍ତ ଦୋଷୀଙ୍କୁ ଗିରଫ କରିବାକୁ ଦାବି କରାଯାଇଛି I

Leave a Reply

Your email address will not be published. Required fields are marked *