ମହିଳାଙ୍କୁ ଏକ ତରଫା ପ୍ରେମ କରି ହଇରାଣ କରୁଥିଲେ, ମହିଳା ଜଣଙ୍କ ଉଦ୍ଧତ ଯୁବକର ଗୁପ୍ତାଙ୍ଗ କାଟି କୁକୁରକୁ ଖୁଆଇଦେଲେ I

ପ୍ରେମ ଶାଶ୍ୱତ ପ୍ରେମ ଚିରନ୍ତନ ,ଦୁଇଟି ହୃଦୟର ମିଳନ ହିଁ ପ୍ରେମ I କିନ୍ତୁ ବେଳେବେଳେ ଏମିତି ହୁଏ କି ଥରେ ଜଣଙ୍କୁ ଦେଖିଦେଲେ ପ୍ରେମ ହେଇଯାଏ ଏବଂ ଏକତରଫା ପ୍ରେମ କୁ ପାଇବାକୁ ପୁରୁଷ ବା ମହିଳା ଜଣଙ୍କ ନାନା ସମସ୍ୟା ସୃଷ୍ଟି କରିଥାଏ I ତେବେ ଏକତରଫା ପ୍ରେମ ଯେ ଜଣଙ୍କ ପୁରୁଷତ୍ୱ ହରାଇଦେବ ତାହା ଜଣେ ଯୁବକ କେଭେ ବି ଭାବିନଥିଲେ I ଘଟଣା ଟି ମୁମ୍ବାଇର ଡୋମ୍ବିଭିଲି ଅଞ୍ଚଳର I ଏଠାରେ ବାସ କରୁଥିବା ଜଣେ ବିବାହିତ ମହିଳା ରଚନା ଙ୍କୁ ୨୭ ବର୍ଷୀୟ ତୁଷାର ପୁଜାରେ ନାମକ ଯୁବକ ପ୍ରଥମ ଦେଖାରେ ଭଲ ପାଇବସିଥିଲା ଏବଂ ପ୍ରେମ ନିବେଦନ କରିଥିଲା I ମହିଳା ଜଣଙ୍କ ଏହାକୁ ଅସ୍ବୀକାର କରିଥିଲେ ଯେହେତୁ ସେ ବିବାହିତ ଥିଲେ I

କିନ୍ତୁ ତୁଷାର ଏହାକୁ ଶୁଣିନଥିଲେ ବରଂ ମହିଳା ଜଣଙ୍କ ସ୍ୱାମୀଙ୍କୁ ଯାଇକି ଧମକ ଦେଇଥିଲେ ସ୍ତ୍ରୀ କୁ ଛାଡିଦେବାକୁ I ଯାହାକି ମହିଳାଙ୍କ ବୈବାହିକ ଜୀବନରେ ଝଡ ସୃଷ୍ଟି କରିଥିଲା I ବାରମ୍ବାର ରଚନା ତାଙ୍କ ଜୀବନରୁ ଦୂରେଇଯିବାକୁ ତୁଷାର କୁ ଅନୁରୋଧ କରିଥିଲେ ମଧ୍ୟ ତୁଷାର ଶୁଣିନଥିଲେ ଫଳରେ ଘଟଣାକୁ ନେଇ ରାଗିଯାଇଥିଲେ ରଚନା I

କିପରି ତାଙ୍କୁ ଉଚିତ ଶାସ୍ତି ଦିଆଯିବ ସେନେଇ ଉପାୟ ଚିନ୍ତା କରି ତୁଷାର ଙ୍କୁ ଡାକିଥିଲେ ଛଳନା କରି I ତୁଷାର ମଧ୍ୟ ପ୍ରେମିକା ରଚନା କୁ ପାଇବାକୁ ଭାରି ଆଗ୍ରହ ସହିତ ରଚନା ଡ଼ାକିଥିବା ସ୍ଥାନରେ ପହଞ୍ଚିଥିଲା ଏଥିରେ ରଚନା କୁ ସାହାଯ୍ୟ କରିଥିଲେ ତାର ଦୁଇ ବନ୍ଧୁ I ସମସ୍ତେ ମିଶି ତୁଷାର କୁ ନିର୍ଘାତ ପିଟିଥିଲେ ,

ଏକତରଫା ପ୍ରେମର ନିଶା ଉତୁରାଈ ଦେଇଥିଲେ I କିନ୍ତୁ ମହିଳା ଜଣଙ୍କ ଏତେ ରାଗିଯାଇଥିଲେ ଯେ ତୁଷାର ଙ୍କ ଯୌନାଙ୍ଗ କୁ ଏକ ବ୍ଲେଡ ରେ କାଟିଦେଇଥିଲେ I ପାଖରେ ଥିବା କୁକୁର କୁ ଯୁବକର ଯୌନାଙ୍ଗ ଖୁଆଇଦେଇଥିଲେ I

ପରେ ଯୁବକ କୁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଯୁବକ ଆଉ ନିଜର ପୌରୁଷତ୍ୱ ପାଇପାରିନଥିଲେ I ଅଭିଯୁକ୍ତ ମହିଳା ଏବଂ ତାଙ୍କ ଦୁଇ ବନ୍ଧୁ ଙ୍କୁ ଗିରଫ କରାଯାଇଛି I

Leave a Reply

Your email address will not be published. Required fields are marked *