ଓଡ଼ିଶାରେ ଚାଷୀ ଆନ୍ଦୋଳନ ରେ ଦେଖା ମିଳିନଥିଲା ଆଜି କିନ୍ତୁ ଦିଲ୍ଲୀରେ ସିଂହ ରଡି ଦେଲେ ଚାଷୀଙ୍କ ପାଇଁ

କୃଷକ ଙ୍କ ପ୍ରତି କେନ୍ଦ୍ର ର ଅବହେଳା ,କୃଷକ ଙ୍କ ଉତ୍ପାଦ ର ସର୍ବନିମ୍ନ ସହାୟକ ମୂଲ୍ୟ ମଧ୍ୟ ମିଳିପାରୁନାହିଁ ଏହାକୁ ନେଇ ଆଜି ବିଜେଡି ପକ୍ଷରୁ ଦିଲ୍ଲୀ ରେ ବିଶାଳ କୃଷକ ଅଧିକାର ସମାବେଶ ଆୟୋଜନ କରାଯାଇଛି ଯେଉଁଥିରେ କି ମୁଖ୍ୟମନ୍ତ୍ରୀ ଯୋଗ ଦେଇଛନ୍ତି I ତେବେ ଦିଲ୍ଲୀ ଯିବା ପୂର୍ବରୁ ନେତା ନେତ୍ରୀ ଙ୍କ ଫଟା ଭାଇରଲ ହେବାପରେ ବିରୋଧୀ କଂଗ୍ରେସ ଏବଂ ବିଜେପି ଏହାକୁ ବିଜେଡି ର ପିକନିକ ବୋଲି କଟାକ୍ଷ କରିଛନ୍ତି I

ତେବେ ଦିଲ୍ଲୀରେ ଦେଖିବାକୁ ମିଳିଛି ଚାଷୀଙ୍କ ପାଇଁ ବଡ ହୁଙ୍କାର ଦେଇ ଅଧIବାଟରୁ ହାତ ଛାଡି ସାଂସଦ ପଦ ପାଇଁ ବିଜେଡି ରେ ମିଶିଥିବା ସୌମ୍ୟ ବାବୁଙ୍କୁ ଏହି ସମାବେଶ ରେ I କୃଷକ ମାନଙ୍କ ସ୍ୱାର୍ଥ ପାଇଁ ଦିଲ୍ଲୀରେ ଗର୍ଜିଛନ୍ତି ସୌମ୍ୟ I ତେବେ କିଛିଦିନ ତଳେ ରାଜ୍ୟରେ ଚାଷୀଙ୍କ ଆନ୍ଦୋଳନ ରେ ଯେତେବେଳେ ଚାଷୀଙ୍କୁ ରାଜଧାନୀ ମନା ହେଇଥିଲା ସୌମ୍ୟ ଙ୍କୁ ଦେଖିବାକୁ ମିଳିନଥିଲା ଏବେ ହଠାତ ଦିଲ୍ଲୀରେ ଚାଷୀଙ୍କ ପାଇଁ ସୌମ୍ୟ ଙ୍କ ଦରଦ ଦେଖିବାକୁ ମିଳିଛି I

ଯାହାହେଲେ ବି ଏଇ ଚାଷୀ ମାନଙ୍କୁ ଏକତ୍ରିତ କରି ଗାଁ ଗହଳିରୁ ରାଜଧାନୀ ଯାଏଁ ଡାକରା ଦେଇଥିଲେ ନା , ଚାଷୀଙ୍କ ପାଇଁ ପ୍ରାଇସ ପ୍ରେଷ୍ଟିଜ ପେନସନ ର ନାରା ଦେଇ ଦିନେ ବିଜେଡି କୁ ବିରୋଧ କରୁଥିବା ବେଳେ ଶେଷରେ ବିଜେଡି ରେ ମିଶି ପ୍ରାଇସ ପ୍ରେଷ୍ଟିଜ ପେନସନ ପାଇଛନ୍ତି I

ତେଣୁ ଚାଷୀଙ୍କ ଅବଦାନ ତାଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ ,ଯାହାହେଲେ ବିଫଳ ରାଜନେତାରୁ ଚାଷୀଙ୍କ ପାଇଁ ସଫଳ ହେଇଛନ୍ତି ନା, ତେଣୁ ଓଡ଼ିଶାରେ ନହେଲା ନାଇଁ କମସେ କମ ଦିଲ୍ଲୀ ର ଏତେ ବଡ ସମାବେଶ ରେ ଦି ପଦ ନକହିଲେ ଚାଷୀ ମାନେ କଣ ଭାବିବେ ??କଣ ଆଂଜ୍ଞା ଦେହକୁ ନେଲେକି ଜମା ନେବେନି ଏକଥା ଆମେ କହୁନୁ ଗାଁ ଚାଷୀ ମାନେ ଟୁପୁରୁ ଟାପୁରୁ ହେଉଛନ୍ତି I

Leave a Reply

Your email address will not be published. Required fields are marked *