ଆଗକୁ ଆସୁଛି ନିର୍ବାଚନ କିନ୍ତୁ ନିଜ ଦଳରୁ ସନା ନିଜେ ଦେଲେ ଇସ୍ତଫା

କେନ୍ଦୁଝର ର ସବୁଠାରୁ ପାୱାରଫୁଲ ନେତା ସନା ମହାକୁଡ଼ କିଛିଦିନ ତଳେ ନିଜର ଏକ ରାଜନୈତିକ ଦଳ ଗଢି ଓଡ଼ିଶାର ସବୁସ୍ଥାନରୁ ନିଜର ପ୍ରାଥୀ ଦେଇ ସରକାର ଗଢିବାକୁ ସ୍ବପ୍ନ ଦେଖିଥିବା ବେଳେ ହଠାତ ତାଙ୍କ ସ୍ବପ୍ନ ସବୁ ଭାଙ୍ଗିଯାଇଛି I ଆଗକୁ ନିର୍ବାଚନ ପାଖେଇ ଆସୁଥିବା ବେଳେ ନିଜ ଦ୍ୱାରା ଗଢା ହେଇଥିବା ଦଳ ଜନ ସମୃଦ୍ଧି ପାର୍ଟିର ସଭାପତି ପଦରୁ ନିଜେ ସନା ଇସ୍ତଫା ଦେଇଦେଇଛନ୍ତି I ସ୍ୱାସ୍ଥ୍ୟଗତ ସମସ୍ୟା ଥିବାରୁ ସେ ଇସ୍ତଫା ଦେଇଥିବା କହିଛନ୍ତି କିନ୍ତୁ ରାଜନୈତିକ ସମୀକ୍ଷକ ମାନେ ତାଙ୍କ ଇସ୍ତଫା କୁ ଏତେ ସହଜରେ ଗ୍ରହଣ କରିପାରିନାହାନ୍ତି I ସନା ଙ୍କ ଇସ୍ତଫା ପଛରେ ହୁଏତ ସେ ବିଜେଡି ରେ ମିଶିପାରନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ ଏହାକୁ ସନା ନିଜେ ଖଣ୍ଡନ କରିଛନ୍ତି I

Leave a Reply

Your email address will not be published. Required fields are marked *