ଝାରସୁଗୁଡ଼ା ବିଜେଡି ରେ ଫାଟ :ନବ ଯୋଗ ଦେଲେ ବିଜେପି କୁ ଯିବେ କିଶୋର ଙ୍କ ସହ ହଜାର ହଜାର କର୍ମୀ

କଂଗ୍ରେସ ଛାଡି ବିଜେଡି ରେ ମିଶିବେ ନବ,ଏନେଇ ବିଧିବଧ ଭାବରେ ଘୋଷଣା ମଧ୍ୟ କରିସାରିଲେଣି ବରିଷ୍ଠ ନେତା ତଥା ଝାରସୁଗୁଡା ବିଧାୟକ ନବ ଦାସ I ତେବେ ତାଙ୍କ ଯୋଗଦାନ ପୂର୍ବରୁ ବିଜେଡି ରେ ଦେଖାଗଲାଣି ଫାଟ Iନବଙ୍କୁ ଗ୍ରହଣ କରିପାରୁନି ଝାରସୁଗୁଡା ବିଜେଡି I ବିଜେଡି ଦଳର ସଂଘଠନ ସମ୍ଭାଳିଥିବା କିଶୋର କିନ୍ତୁ ଗ୍ରହଣ କରିପାରୁନାହାନ୍ତି ନବଙ୍କୁ Iଚେତାବନୀ ଦେଇସାରିଲେଣି ନବ ମିଶିଲେ ଦଳ ଛାଡ଼ିବେ କିଶୋର I କେବଳ କିଶୋର ନୁହନ୍ତି ତାଙ୍କ ସହିତ ହଜାର ହଜାର କର୍ମୀ I ଶୁଣାଯାଉଛି ବିଜେପି ରେ ଯୋଗଦେବାକୁ ଚାଲିଛି କଥାବାର୍ତା I

ଆଗକୁ ନିର୍ବାଚନ ଆସୁଥିବାରୁ ଏହାର ପ୍ରଭାବ ପଡିବ ତେଣୁ ବିଜେଡି ତରଫରୁ ଦଳର ହେଭି ୱେଟ ନେତା ପ୍ରଣବ ପ୍ରକାଶ ଦାସ ଏବଂ ସଞ୍ଜୟ ଦାସବର୍ମା କିଶୋର ଙ୍କୁ ବୁଝାଇଥିଲେ ତଥାପି କିଶୋର ଙ୍କ ମନ ବୁଝିପାରିନି I କର୍ମୀ ମାନେ ନବଙ୍କୁ ଗ୍ରହଣ କରିପାରୁନାହାନ୍ତି ତେଣୁ ନବ ଦଳ ରେ ମିଶିଲେ ଏମାନେ ଦଳ ଛାଡି ବିଜେପି ରେ ମିଶିବେ I

Leave a Reply

Your email address will not be published. Required fields are marked *