ଆଙ୍ଗୁଳି ଦେଖାଇଲେ ହାତ କାଟିଦେବାକୁ ସୁଲୋଚନା ଦେଲେ ଗୁରୁମନ୍ତ୍ର

ସୋସିଆଲ ମିଡ଼ିଆ ଆଜିକା ଦିନରେ ପ୍ରମୁଖ ସ୍ଥାନ ନେଇଛି I ଯୁବପିଢିଙ୍କ ଅତ୍ୟଧିକ ସମୟ ମଧ୍ୟ ସୋସିଆଲ ମିଡିଆରେ ଅତିବାହିତ ହେଉଛି ଯାହାକୁ ନେଇ ରାଜନୈତିକ ଦଳ ମାନେ ମଧ୍ୟ ସୋସିଆଲ ମିଡିଆରେ ନିଜର ପ୍ରଚାର ପ୍ରସାର ଜୋରଦାର କରୁଥିବା ଦେଖାଯାଇଛି I ଗତକାଲି ବିଜେଡି ପକ୍ଷରୁ ମଧ୍ୟ ଆଇଟି ୱିଙ୍ଗର ଆଇଟି କନକ୍ଲେଭ ଆୟୋଜନ କରାଯାଇଥିଲା I ଯେଉଁଥିରେ କି ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପାଖାପାଖି ୧୨୦୦ ସଦସ୍ୟ ଯୋଗ ଦେଇଥିଲେ I ଯେଉଁମାନଙ୍କୁ କି ସୋସିଆଲ ମିଡ଼ିଆ ରେ ଦଳୀୟ ପ୍ରଚାର ପ୍ରସାର ସଂକ୍ରାନ୍ତ ରେ ପ୍ରଶିକ୍ଷଣ ଦିଆଯାଇଥିଲା Iବିଜେଡି ସୁପ୍ରିମ ମୁଖ୍ୟମନ୍ତ୍ରୀ ମଧ୍ୟ ନିଜେ ଉପସ୍ଥିତ ରହିଥିଲେ I

ସୋସିଆଲ ମିଡ଼ିଆ ରେ ଅନେକ ସମୟରେ ଦେଖିବାକୁ ମିଳେ କି ରାନୈତିକ ଦଳ ଗୁଡିକ ମଧ୍ୟରେ କଥା କଟାକଟି ହେଇ କଡା ଟକ୍କର ହେଇଥାଏ I ତେବେ ଏନେଇ ଗୁରୁମନ୍ତ୍ର ଦେଇଛନ୍ତି ବିଜେଡି ନେତ୍ରୀ ସୁଲୋଚନା I କଂଗ୍ରେସ କୁ ପରିତ୍ୟାଗ କରି ବିଜେଡି ରେ ମିଶିଥିବା ସୁଲୋଚନା ବୁଝାଇଛନ୍ତି ସୋସିଆଲ ମିଡ଼ିଆର ର ପାଠ I ମୁଖ୍ୟମନ୍ତ୍ରୀ ଶାନ୍ତି ଶୃଙ୍ଖଳା ଶାଳୀନତା ପ୍ରଥମେ ଅଗ୍ରାଧିକାର ଦିଅନ୍ତି ତେଣୁ ସୋସିଆଲ ମିଡିଆରେ ସମସ୍ତେ ଶାଳୀନତା ବଜାୟ ରଖନ୍ତୁ କିନ୍ତୁ ଆମ ଉପରକୁ ଯଦି କେହି ଆଙ୍ଗୁଳି ଉଠାନ୍ତି ତା ହାତ କାଟିଦେବା ସମ୍ମାନର ସହ।

”ତେବେ ସୁଲୋଚନା ଙ୍କ ଏହି ଆହ୍ୱାନ ପରେ ସତକୁ ସତ ସୋସିଆଲ ମିଡ଼ିଆ ଛାଡି ବିଜେଡି ସଦସ୍ୟ ମାନେ ଅନ୍ୟମାନଙ୍କର ହାତ କାଟି ପକେଇବେନି ତ ?? ଏହା କଣ ପରୋକ୍ଷରେ ବିଜେଡି ତରଫରୁ ଗୁଣ୍ଡା ଗିରି କୁ ପ୍ରୋତ୍ସାହନ !!

Leave a Reply

Your email address will not be published. Required fields are marked *