ଲଜ୍ୟା:4 ବର୍ଷ ଝିଅକୁ ଚକୋଲେଟ ଦେଇ ଜୋରଜବରଦସ୍ତ ଦୁଷ୍କର୍ମ କଲା ୬୦ ବର୍ଷ ବୟସ୍କ ବୃଦ୍ଧ

ଦୁଷ୍କର୍ମ ରୋକିବାକୁ ଯେତେ କଠୋର ଆଇନ ଲାଗୁହେଲେ ମଧ୍ୟ ଦୁଷ୍କର୍ମକାରୀ ଙ୍କ ମାନସିକତା ପରିବର୍ତନ ହେଉନି I ଦିନକୁ ଦିନ ଦୁଷ୍କର୍ମ ବଢ଼ିବାରେ ଲାଗୁଚି I ତେବେ ସବୁଠୁ ଲଜ୍ୟାକର କଥା ହେଉଛି ନିରୀହ ନାବାଳିକା ମାନେ ହିଁ ଏହାର ଶିକାର ହେଉଛନ୍ତି I ପୁଣିଥରେ ଏପରି ଏକ ଲଜ୍ୟାକର ଘଟଣା ଆସିଛି ନୋଏଡା ସଦରପୁର ଅଂଚଳରେ I ଜଣେ ୬୦ ବର୍ଷ ବୟସ୍କ ବୃଦ୍ଧ ଗୋଟିଏ ନିରୀହ ଶିଶୁକନ୍ୟା କୁ ଚକୋଲେଟ ଦେବା ବାହାନାରେ ଘରକୁ ଡାକି ନେଇଥିଲା I ଘରେ କେହି ନଥିବାର ସୁଯୋଗ ନେଇ ଝିଅକୁ ଚକୋଲେଟ ଦେଇଥିଲା I ଝିଅଟି ଚକୋଲେଟ ଖାଉଥିବା ସମୟରେ ବୃଦ୍ଧ ଜଣଙ୍କ ଛୋଟ ଝିଅକୁ ଦୁଷ୍କର୍ମ କରିଥିଲା

I ଛୋଟ ଝିଅଟି ଯନ୍ତ୍ରଣାରେ ଘରୁ ଦଉଡି ଆସି ନିଜ ମା କୁ ଜଣାଇବା ପରେ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ପୀଡିତା ର ମା I ଏହାପରେ ପୋଲିସ ସମ୍ପୃକ୍ତ ବୃଦ୍ଧ ଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି I ବୃଦ୍ଧ ଙ୍କ ନାମ ଆକବର ଅଲି ଏବଂ ବୟସ ୬୦ ବର୍ଷ I

Leave a Reply

Your email address will not be published. Required fields are marked *