କବିତା – କନ୍ୟାରତ୍ନ
ଲେଖିକା – ପ୍ରଣତି ବାରିକ
ଇଶ୍ୱରଙ୍କ ଆଶିଷର ବରଦାନ ପାଇ
ପୃଥିବୀକୁ ଆସିଲି ଯେ କନ୍ୟା ଭ୍ରୁଣ ହୋଇ।
ଅନ୍ଧକାର, ନିଶବ୍ଦର ଗୋଲକ ଭିତରେ
ଘୁରୁଥିଲି ପେଣ୍ଡୁପରି ମାତାଙ୍କ ଗର୍ଭରେ।
ମନ ମଧ୍ୟେ ଭାବଇ ମୁଁ ଦୁନିଆ ଦେଖିବି
ରଙ୍ଗୀନ୍ ଦୁନିଆର ସାଥେ ମୁଁ ନାଚିବି।
ଶୁଭଇ ଏକ ଶବଦ ସେତିକି ବେଳରେ
ପିତାମାତା ବସି କଥା ହୁଅନ୍ତି ସାଥୀରେ।
ପୁଅ, ଝିଅରୁ ପସନ୍ଦ କେଉଁଠି ତୁମର
ମା କୁହନ୍ତି ପୁଅ ଦରକାର ଯେ ମୋର।
ଗର୍ଭେ ଥିଲେ କନ୍ୟାଭ୍ରୂଣ ନଷ୍ଟ କରିବି ଯେ ଆଗ
ଏହି କଥାରେ ତୁମେ ନିଶ୍ଚେ ରାଜି ହେବ।
ଡାକ୍ତରଖାନା ଗଲେ ପିତା ମାତା ମୋର
ଲିଙ୍ଗ ଚିହ୍ନଟ କଲେ ଯେ ଡାକ୍ତର।
ଜାଣି କନ୍ୟାଭ୍ରୂଣ ପିତା ମାତା ମୋର
କହିଲେ ବଡ଼ ବିପଦ ପଡ଼ିଛି ଆମର।
ଶୁଣୁଥାଏ କାନ ଡେରି ମାଆଙ୍କ ଗର୍ଭରେ
ଭୄଣନଷ୍ଟ କରିବା ବୋଲି ମାଆ କହନ୍ତି ଆଗରେ।
ପିତାମାତାଙ୍କ ମନଦୁଃଖ ବୋଲି ମୁଁ ଚିନ୍ତିତ
କି ପାପ କରିଛି ଯେ ଜନ୍ମିବା ଆଗରୁ ହେବି ମୃତ।
ପିତା ମାତା ମୋର ନ କରି ଯେ ଡେରି
ଡାକ୍ତରଙ୍କ ପାଖେ କଲେ ଯେ ଗୁହାରି।
ମୂଳୁ ମାଇଲେ ଯେ ଯିବ ସରି
ଏଥିପାଇଁ କାହିଁ ଏତେ ଚିନ୍ତା କରି।
ନଷ୍ଟ କରିଦିଅ ଏହି କନ୍ୟାଭ୍ରୂଣ ଟିକୁ
ନ ରଖ ଯେମିତି ଏହି ମଇଳା କୁ।
ଶୁଣୁଥିଲେ ଡାକ୍ତର ପିତା ମାତାଙ୍କ କଥାକୁ
କହିଲେ ଧିକ ତୁମ ଏପରି ଚିନ୍ତାକୁ।
କନ୍ୟା ଜନମ ନୁହେଁ ଯେ କାହା ପାଇଁ ବୋଝ
ଏହି କଥାକୁ ତୁମେ ଆଗେ ବୁଝ।
ସୃଷ୍ଟିର ସ୍ରଷ୍ଟା ଅଟଇ ଯେ ଏଇ
କନ୍ୟା ବିନା ଏ ଜଗତ ଅନ୍ଧାର ଦିଶଇ।
ପିତା ମାତା ମୋର କୁହନ୍ତି ନ ବୁଝାଇ ଆମକୁ
ଚାଳଯିବା ଆମେ ଏବେ ଗୁଣିଆ ପାଖକୁ।
ଗୁଣିଆ ର ପାନେ ମୁଦକ ଆଗରେ
ଝିଅ ବି ପୁଅ ହେବ ବିନା ଡାକ୍ତରୀ ଔଷଧରେ।
କନ୍ୟାଭ୍ରୂଣ ହାତ ଯୋଡ଼ି ଡାକ୍ତର ଈଶ୍ୱରଙ୍କୁ
ସମାଧାନ କର ଏବେ ମୋ ଜୀବନ ଅଙ୍କକୁ।
ସତେ ଅବା ଦେବତା ରୂପରେ ସାଜଇ ଡାକ୍ତର
କହିଲେ ନ କର ଏହି ଅନାୟ ବିଚାର।
ଝିଅ,ପୁଅରେ ନ କର ଭେଦଭାବ କିଛି
ସମାନ ସୁଯୋଗ ଯେ ଉଭୟଙ୍କ ଅଛି।
ଖେଳକୁଦ,ରାଜନୀତି,ଶିକ୍ଷାର ଦିଗରେ
ଝିଅଙ୍କ ସଫଳତା ସବୁଠି ଆଗରେ।
ଯାର କୋଳେ ଜନମି ଚାଲଇ ହାତ ଧରି
ସିଏ ଯେ ଏକ କନ୍ୟା ମନରୁ ନ ଦିଅ ପାଶୋରି।
ଆଖି ଯେ ଖୋଲିଲା ପିତା ମାତା ଦୁହିଁଙ୍କର
କହିଲେ ନିଶ୍ଚେ ଜନମ ହେବ ସେହି କନ୍ୟାଟି ଆମର।
ପୁରୁଣା କଥା ଭାବି ପିତାମାତା ମୋର ମନେ କଲେପଶ୍ଚ୍ୟାତାପ
କନ୍ୟା ଭ୍ରୁଣ ହତ୍ୟା ଅଟଇ ଯେ ମହାପାପ।
ସପନ ଭାଙ୍ଗିଲା ଆଖି ଯେ ଖୋଲିଲା ମା କୋଳରେ ମୋର
ଖୁସିରେ ନାଚିଲେ କହିଲେ ଝିଅ ଜନମିଛି ଆମର।
ସମୟ ନ ଅଟକି ନିଜ ବାଟରେ ଚାଲିଲା
କନ୍ୟାରତ୍ନ ବଡହୋଇ ବିଦ୍ୟାଳୟକୁ ଯେ କଲା।
ଖେଳକୁଦ,ପାଠ,ନାଚ ଦିଗରେ ସେ ଆଗକୁ ବଢିଲା
ସୁନାମର ରେଳଗାଡ଼ି ଯାଇ ରାଜ୍ୟରେ ପହଞ୍ଚିଲା।
ଦୁର୍ବଳତା,ବୋଝ,ଅଭିଶପ୍ତ,ନୁହେଁ ଯେ କନ୍ୟାରତ୍ନ
ଆମେ ସମସ୍ତେ ରୋକିଭୄଣ ହତ୍ୟା କରିବା ଝିଅର ଯତ୍ନ।
By- ପ୍ରଣତି ବାରିକ୍ ,Keonjhar