ସ୍ୱାମୀ ଦେଇଥିଲେ ଶଙ୍ଖା ସିନ୍ଦୁର ମୃତ୍ୟୁ ପରେ ସ୍ତ୍ରୀ ଦେଲେ ମୁଖାଗ୍ନି

ହିନ୍ଦୁ ସମାଜରେ ସ୍ତ୍ରୀ ମାନଙ୍କୁ ମଶାଣି ଯିବା ମନା କରାଯାଇଥାଏ I ବିଶ୍ୱାସ ରହିଛି କି ସ୍ତ୍ରୀ ମାନେ କୋମଳ ହୃଦୟ ହେଇଥିବାରୁ ମଶାଣି ରେ ନିଜକୁ ନିୟନ୍ତ୍ରଣ କରିପାରିବେ ନାହିଁ I ନିଜର ଦାୟାଦ ବା ପୁଅ ମାନେ ହିଁ ମଶାଣିରେ ଶେଷକୃତ୍ୟ ସହିତ ମୁଖାଗ୍ନି ଦେଇଥାନ୍ତି I କିନ୍ତୁ ରାଉରକେଲା ରେ ଘଟିଛି ଏପରି ଏକ ଘଟଣା ଯାହାକି ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି I ସୂଚନା ଅନୁଯାଇ ଶ୍ରୀନିବାସ ଏବଂ ରେଖା ଙ୍କ ବୈବାହିକ ଜୀବନ ରେ କୌଣସି ସନ୍ତାନ ଆସିନଥିଲେ I ତଥାପି ଦୁହେଁ ସାରା ଜୀବନ ଏକାଠି କାଟିଥିଲେ I

କିନ୍ତୁ ୮୧ବର୍ଷ ରେ ସ୍ୱାମୀ ଶ୍ରୀନିବାସ ସ୍ତ୍ରୀଙ୍କୁ ଛାଡି ଆରପାରିକି ଚାଲିଯାଇଥିଲେ I କେହି ନିଜର ଆତ୍ମୀୟ ନଥିବାରୁ ନିଜ ସ୍ୱାମୀଙ୍କୁ ମୁଖାଗ୍ନି ଦେଇଥିଲେ ସ୍ତ୍ରୀ ରେଖା I

Leave a Reply

Your email address will not be published. Required fields are marked *