ଗାଁ ଖବର (ଓଡିଶା ଏକ୍ସକ୍ଲୁସିଭ): କଳିଯୁଗରେ ମିଛ ମୋହ ମାୟା ସଂସାର ରେ ଗୋଟିଏ ସତ ହରି ନାମ I ହରିଙ୍କୁ ଜପିଲେ ହିଁ ମୁକ୍ତି I ପ୍ରାଣୀଙ୍କ ଉଦ୍ଧାର ଏବଂ ମଙ୍ଗଳ ପାଇଁ ଢେଙ୍କାନାଳ ଜିଲ୍ଲା ନୂଆଗଡ ଅଞ୍ଚଳ ରେ ଅଷ୍ଟପ୍ରହର ଆୟୋଜନ କରାଯାଇଥିଲା I ତା 10.02.2019ରିଖ ରବିବାର ରୁ ଶୁଭାଧିବାସ ଆରମ୍ଭ ହେଇ ସୋମବାର ନାମଜଜ୍ଞ ସହିତ ମଙ୍ଗଳବାର ତା 12.02.2019ରିଖ ରେ ବହୁ ଆଡମ୍ବର ସହକାରେ ନଗର କୀର୍ତନ ସହିତ ସନ୍ଧ୍ୟା 6ଘଟିକାରେ ପୂର୍ଣ୍ଣାହୁତି କରାଯାଇଥିଲା I ଗ୍ରାମରେ ତିନିଦିନ ଧରି ଭକ୍ତିମୟ ପରିବେଶ ସୃଷ୍ଟି ହେଇଥିଲା I
ନିତାଇ ଗୌର ରାଧେଶ୍ୟାମ ଜପ ହରେକୃଷ୍ଣ ହରେରାମ ଶବ୍ଧରେ ଉଠୁଥିଲା ପଡୁଥିଲା ସାରା ଗାଁ I ନୂଆଗଡ ଗ୍ରାମର ଯୁବକ ସଂଘ ଦ୍ୱାରା ଏହି ଅଷ୍ଟ ପ୍ରହରୀ କାର୍ଯ୍ୟକ୍ରମ ଦୀର୍ଘ ଏଗାର ବର୍ଷ ଧରି ଆୟୋଜନ କରାଯାଉଅଛି
I ସଞ୍ଜୟ କୁମାର ସାମନ୍ତ ଏବଂ ଦିଲୀପ କୁମାର ସ୍ୱାଇଁ ଙ୍କ ତତ୍ୱାବଧାନ ରେ ଗ୍ରାମର ସମସ୍ତ ଯୁବକ ଏକତ୍ରିତ ଭାବରେ କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ Iଢେଙ୍କାନାଳ ରୁ ଗୋପାଳ ଚନ୍ଦ୍ର:ଓଡିଶା ଏକ୍ସକ୍ଲୁସିଭ