କୁମ୍ଭମେଳାରେ ସଫେଇ କର୍ମଚାରୀଙ୍କ ଗୋଡ଼ଧୋଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚାକୁ ଆସିଥିବା ମୋଦି ପୁଣି କଲେ ଏମିତି କାମ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବଦା କିଛି ନା କିଛି ଚର୍ଚ୍ଚା ରେ ରହିଥାନ୍ତି। ନିଜର ପ୍ରଧାନମନ୍ତ୍ରୀ କାର୍ଯ୍ୟକଳାପ ମଧ୍ୟରେ ନିଜର ତ୍ୟାଗ ବଳରେ ଅନେକଙ୍କୁ ପ୍ରଭାବିତ କରିଛନ୍ତି। କୁମ୍ଭ ମେଳାରେ ସଫେଇ କର୍ମଚାରୀଙ୍କୁ ସମ୍ମାନ ଜଣାଇ ଗୋଡ଼ ଧୋଇଦେବ, ସମ୍ମାନିତ କରିବା କାମ ପାଇଁ ସେ ସାରା ଗଣମାଧ୍ୟମ ରେ ଚର୍ଚ୍ଚା ରେ ଆସିଥିଲେ।

ସେ ସେହି ସଫେଇ କାର୍ଯ୍ୟ କୁ ନେଇ ଏପରି କାର୍ଯ୍ୟ କରିଛନ୍ତି ଯାହାକୁ ଯେ ବି କେହି ଶୁଣିବେ ଆଶ୍ଚର୍ଯ୍ୟ ହୋଇଯିବେ। ସଫେଇ କର୍ମଚାରୀଙ୍କ କର୍ପସ୍ ଫଣ୍ଡ କୁ ମୋଦି ୨୧ ଲକ୍ଷ ଟଙ୍କା ଦାନ କରିଛନ୍ତି। ତାହା ପୁଣି ନିଜ ବ୍ୟକ୍ତିଗତ ବ୍ୟାଙ୍କ୍ ଆକାଉଣ୍ଟ୍ ରୁ।

ମୋଦି ଙ୍କୁ ଫେବୃଆରୀ ମାସରେ ଦକ୍ଷିଣ କୋରିଆ ରେ ପ୍ରଦାନ କରାଯାଇଥିବା ସିଓଲ ଶାନ୍ତି ପୁରସ୍କାର ପାଇଁ ପାଇଥିବା ୧.୪୨ କୋଟି ଟଙ୍କା ନମାମି ଗଙ୍ଗା ପ୍ରୋଜେକ୍ଟ ପାଇଁ ଦାନ ଦାନ କରିଥିଲେ। ଯାହା କି ଗଙ୍ଗା ସଫେଇ କାର୍ଯ୍ୟ ରେ ଲାଗିବା ପାଇଁ ଲକ୍ଷ ରଖିଥିଲେ।

୨୦୧୫ ମସିହାରେ ନେପାଳ ଭୂମିକମ୍ପ ପାଇଁ ସେ ମଧ୍ୟ ନିଜର ମହାନତା ଦେଖାଇ ସାରିଛନ୍ତି।

୨୦୦୧ ମସିହାରେ ଗୁଜରାଟ ରେ ମୁଖ୍ୟମନ୍ତ୍ରୀ ହେବା ସମୟରେ ମଧ୍ୟ ୧୭୭୧୦ ଗିଫ୍ଟ ପ୍ୟାକେଟ ଦାନକରି ନିଲାମ ସୂତ୍ର ରେ ପାଇଥିବା ୯୦ କୋଟି ଟଙ୍କା କନ୍ୟା ଶିକ୍ଷା ପାଇଁ ପାଣ୍ଠି ତିଆରି କରିଥିଲେ।

Leave a Reply

Your email address will not be published. Required fields are marked *