ଯୋଗ ଦେଉ ଦେଉ ବୈଜୟନ୍ତ ଙ୍କୁ ସୁପର ପାୱାର:ବିଜେପି ମୁଖପାତ୍ର ସହ ରାଷ୍ଟ୍ରୀୟ ଉପ ସଭାପତି

ମହାଶିବରାତ୍ରୀ ଦିନ ବୈଜୟନ୍ତି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେବା ପରେ ତାଙ୍କୁ ବିଜେପି କେଉଁ ଦାୟିତ୍ଵ ଦେବେ ସେ ନେଇ ଚର୍ଚ୍ଚା ଜୋର ଧରିଥିଲା।ଏବେ ତାଙ୍କୁ ଜାତୀୟ ସ୍ଥରରେ ଏକ ବଡ଼ ଦାୟିତ୍ଵ ଦିଆଯାଇଛି।
ବୈଜୟନ୍ତ ଙ୍କୁ ବିଜେପି ରାଷ୍ଟ୍ରୀୟ ଉପସଭାପତି ଭାବେ ବିଜେପିର ସଭାପତି ଅମିତ୍ ଶାହା ଦାୟିତ୍ଵ ଦେଇଛନ୍ତି।

ଏସବୁ ଭିତରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୀତିକ ଦିଗ ପ୍ରତି ଆଲୋଚନା କରାଯାଇପାରେ।ଗୋଟିଏ ପଟେ ବୈଜୟନ୍ତି ରାଜ୍ୟ ରାଜନୀତିରେ ନିଜର ସ୍ଥିତିକୁ ସୁଦୃଢ଼ କରିବା ପାଇଁ ଆରମ୍ଭ କରିଛନ୍ତି ଏବଂ ଏଭଳି ସ୍ଥଳରେ ତାଙ୍କୁ ଜାତୀୟ ସ୍ଥରରେ ଦାୟିତ୍ଵ ଦିଆଯାଇଛି।ଫଳରେ ବୈଜୟନ୍ତ ଓଡ଼ିଶା ରାଜନୀତିରେ କେତେଦୂର ଧ୍ୟାନ ଦେଇପାରିବେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅପରପକ୍ଷରେ ତାଙ୍କୁ ରାଷ୍ଟ୍ରୀୟ ଉପସଭାପତି ଭାବେ ଦାୟିତ୍ଵ ମିଳିଥିବାରୁ ପରବର୍ତ୍ତୀ ସମୟରେ ତାଙ୍କୁ କେତେକ ରାଜ୍ୟର ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ମଧ୍ୟ କିଛି ଦାୟିତ୍ଵ ମିଳିବାର ସମ୍ଭାବନା ଅଛି।

Leave a Reply

Your email address will not be published. Required fields are marked *