କଂଗ୍ରେସ ର ହାତ ଛାଡି ବିଜେପି ର ପଦ୍ମ ଧରିବେ ସାଲେପୁର ବିଧାୟକ ପ୍ରକାଶ

ଗତ କିଛିଦିନ ଧରି ଚର୍ଚା ହେଉଥିଲା କି ସାଲେପୁର କଂଗ୍ରେସ ବିଧାୟକ ଦଳ ଛାଡ଼ିବେ ଏବଂ ବିଜେଡି ରେ ଯୋଗ ଦେଇପାରନ୍ତି I ଏନେଇ ନିଜେ ପ୍ରକାଶ କହିଥିଲେ କି ଏକ ସର୍ଭେ ଚାଲିଛି ଖୁବ ଶୀଘ୍ର ସେ କେଉଁ ଦଳକୁ ଯିବେ ସେ ନେଇ ଘୋଷଣା କରିବେ I ତେବେ ମିଳିଥିବା ସୂଚନା ଅନୁଯାଇ ଆସନ୍ତା 48ଘଣ୍ଟା ମଧ୍ୟରେ କଂଗ୍ରେସ ଛାଡିବା ନେଇ ବିଦ୍ଧିବଦ୍ଧ ଘୋଷଣା କରିବେ ପ୍ରକାଶ ଏବଂ ସୂତ୍ର ଅନୁଯାଇ ବିଜେଡି ବଦଳରେ ବିଜେପି ରେ ଯୋଗ ଦେବେ I ସାଲେପୁର ରେ କର୍ମୀଙ୍କ ମତାମତ ଅନୁଯାଇ ପ୍ରକାଶ ଏହି ନିଷ୍ପତି ଗ୍ରହଣ କରିବେ Iଏନେଇ ବିଜେପି ଉପର ଲେଭେଲ ରେ ପ୍ରକାଶ ଙ୍କ ଭିତିରିଆ ଆଲୋଚନା ଚାଲିଛି ବୋଲି ଖବର ମିଳିଛି I

Leave a Reply

Your email address will not be published. Required fields are marked *