ରାଜନୀତି ରେ ସବୁ ସମ୍ଭବ ଶତ୍ରୁ ବି ମିତ୍ର ପାଲଟିଯାଆନ୍ତି :ଚର୍ଚ୍ଚିତ ଚେହେରା ,ଗୋଟିଏ ଭାଡ଼ିର ପାରା

କୁହାଯାଏ ରାଜନୀତି ରେ ସବୁ ସମ୍ଭବ I ଶତ୍ରୁ ବି ଦରକାର ପଡିଲେ ମିତ୍ର ପାଲଟିଯାଇପାରନ୍ତି I ଯାହାର ସଦ୍ୟତମ ଉଦାହରଣ ହେଉଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ I ଦଳ ବଦଳ ତ ଅନେକ ନେତା କରିଥାନ୍ତି ,ତେବେ ଚାଲନ୍ତୁ ଜାଣିବା କିଛି ଚର୍ଚିତ ରାଜନେତା ଯେଉଁମାନେ ପରେ ବିରୋଧୀ ଙ୍କ ହାତ ଧରିଥିଲେ I ବିଜୁଙ୍କ ଏକାନ୍ତ ଅନୁଗତ ତଥା ବିଜୁପ୍ରେମୀ ଭାବେ ଜଣାଶୁଣା ଦାମୋଦର ରାଉତ ବିଜେଡି ରେ ଦୁର୍ନୀତିର ସ୍ୱର ଉଠାଇ ତଡା ଖାଇବା ପରେ ଶେଷରେ ବିଜେପି ରେ ସାମିଲ ହେଇଛନ୍ତି I

ଦିନେ ଧର୍ମେନ୍ଦ୍ର ଙ୍କୁ କଟାକ୍ଷ କରି ତାଙ୍କର ଯୋଗ୍ୟତା ନଥିବା କହି ଚିତ୍କାର କରୁଥିବା ଦାମ ଶେଷରେ ଧର୍ମେନ୍ଦ୍ର ଙ୍କ ଶରଣ ପଶିଛନ୍ତି I ସେହିପରି ଆଉଜଣେ ଚର୍ଚିତ ଚେହେରା ହେଉଛନ୍ତି ସୌମ୍ୟରଂଜନ ପଟନାୟକ Iଚାଷୀଙ୍କ ପାଇଁ ହକ ର ଲଢେଇ ର ଆହ୍ୱାନ ଦେଇ ଅଧବାଟରୁ ହାତ ଛାଡିଥିବା ସୌମ୍ୟ ବି ଦିନେ ନବୀନ ଙ୍କୁ ସବୁ କଥା ରେ କଟାକ୍ଷ କରୁଥିଲେ I

ଏକ ସମାବେଶରୁ ମଧ୍ୟ ପୋଲିସ ଉଠାଇନେଉଥିବା ବେଳେ ସୌମ୍ୟ ଆଗୁଆ ନବୀନ ବାବୁଙ୍କ ଆତ୍ମାର ସଦଗତି କାମନା କରିଥିଲେ I ଏପରିକି ଥରେ କହିଥିଲେ ଯଦି ସେ ବିଜେଡି ରେ ମିଶନ୍ତି ଲୋକେ କଣ କହିବେ ?ସୌମ୍ୟ ବିକ୍ରି ହେଇଗଲା I ଶେଷରେ ବିଜେଡି ରେ ମିଶି ସାଂସଦ ହେଇଥିଲେ ସୌମ୍ୟ I ସେହିପରି କଂଗ୍ରେସ ବଳିଷ୍ଠ ନେତା ତଥା ବିରୋଧୀ ଦଳ ନେତା ଭୂପିନ୍ଦର ସିଂ ପ୍ରତି କଥା ବିରୋଧ କରୁଥିବା ନବୀନ ଙ୍କ ହାତ ଧରିଥିଲେ I ଗଣମାଧ୍ୟମ ର ବିତର୍କ ରେ ଘଣ୍ଟା ଘଣ୍ଟା ନବୀନ ଙ୍କ ବିରୁଦ୍ଧରେ ଅନର୍ଗଳ କହୁଥିବା ସୁଲୋଚନା ମଧ୍ୟ ନବୀନ ବାବୁଙ୍କ ଶଙ୍ଖ ଫୁଙ୍କିଥିଲେ ଏବଂ ପରବର୍ତୀ ପର୍ଯ୍ୟାୟରେ ନବୀନ ଙ୍କ ସୁଗୁଣ ଗାଇଥିଲେ I

ତେବେ ପ୍ରଶ୍ନ ଉଠେ ରାଜନୀତି କଣ ବର୍ଷା ଯୁଆଡେ ଛତା ସେଆଡେ଼ ନା କିଛି ସୁବିଧାବାଦୀ ନେତାଙ୍କ ପାଇଁ ରାଜନୀତି ର ସଂଜ୍ଞା ବଦଳିଯାଇଛି I

Leave a Reply

Your email address will not be published. Required fields are marked *