ଢେଙ୍କାନାଳ ଲୋକସଭା ପାଇଁ ସତ୍ୟଜିତ ଙ୍କୁ ମିଳିବ ଟିକେଟ !!

ଢେଙ୍କାନାଳ ର ବରିଷ୍ଠ ନେତା ତଥାଗତ ରାଜନୀତି ରୁ ସନ୍ୟାସ ନେବାପରେ ଏବେ ଲୋକସଭା ରୁ କିଏ ପ୍ରାଥୀ ହେବ ତାକୁ ନେଇ ଜୋରଦାର ଚର୍ଚ୍ଚା I ତଥାଗତ ଙ୍କ ରାଜନୀତିରୁ ସନ୍ୟାସ ପରେ କଂଗ୍ରେସ ରୁ ଆସି ବିଜେଡି ରେ ମିଶିଥିବା ନିଧି ସାମଲ ନିର୍ବାଚନ ଲଢ଼ିବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଥିବା କହିଥିବା ବେଳେ ଢେଙ୍କାନାଳ ର ପାୱାରଫୁଲ ନେତା ପ୍ରଫୁଲ୍ଲ ମଲ୍ଲିକ ଙ୍କୁ ଟିକେଟ ଦିଆଯିବା ନେଇ ଚର୍ଚ୍ଚା ହେଉଥିଲା I ତେବେ ଏଥରକ ଲୋକସଭା ଏବଂ ବିଧାନସଭା ପାଇଁ ସୁପ୍ରିମ ନବୀନ ନୂଆ ମୁଁହ ଖୋଜୁଛନ୍ତି I ଏହି କ୍ରମରେ ପ୍ରଥମେ ଆସୁଛନ୍ତି ବିଜେଡି ରେ ମିଶିଥିବା ସାମ୍ବାଦିକ ସତ୍ୟଜିତ ବିମଳ ମିଶ୍ର I

ଓଟିଭି ର ଖୋଳାକଥା ରେ ନିଜର ବଳିଷ୍ଠ ଉପସ୍ଥାପନା ପାଇଁ ଘରେ ଘରେ ପରିଚିତ ହେଇପାରିଥିବା ସତ୍ୟଜିତଙ୍କ ଧର୍ମେନ୍ଦ୍ର ଙ୍କ ପାଇଁ ଓଟିଭି ସହିତ ମତାନ୍ତର ଯୋଗୁଁ ଓଟିଭି ଛାଡିଥିଲେ ପରେ ବିଜେଡି ରେ ଯୋଗ ଦେଇଥିଲେ Iବିଜେଡି ରୁ ସତ୍ୟଜିତ ଙ୍କୁ ମିଡ଼ିଆ ସେଲ୍ ଦାୟିତ୍ୱ ଦିଆଯାଇଥିଲା I ସୋସିଆଲ ମିଡିଆରେ ସତ୍ୟଜିତ ଙ୍କ ବଳିଷ୍ଠ ଭୂମିକା ମଧ୍ୟ ଦେଖିବାକୁ ମିଳୁଛି I

କେବଳ ସୋସିଆଲ ସୋସିଆଲ ମିଡ଼ିଆ ନୁହେଁ ,ଗଣମାଧ୍ୟମ ରେ ବିଜେଡି ତରଫରୁ ପ୍ରତିନିଧିତ୍ବ କରିବା ସହିତ ଢେଙ୍କାନାଳ ର ଅନେକ ସମାବେଶ ରେ ମଧ୍ୟ ସତ୍ୟ ଙ୍କୁ ଦେଖିବାକୁ ମିଳୁଛି

I ଜଣେ ଲୋକପ୍ରିୟ ସାମ୍ବାଦିକ ଭାବେ ସତ୍ୟଜିତ ବେସ ଜଣାଶୁଣା ହେଇଥିବା ବେଳେ ,ବିଜେଡି ର ଗଡ ଢେଙ୍କାନାଳ ରେ ସତ୍ୟଙ୍କୁ ପ୍ରାଥୀ କରାଇ ଏହାର ଫାଇଦା ନେବାକୁ ଦଳ ଭରପୁର ପ୍ରୟାସ ଜାରି ରଖିଛି I , ଖୁବ ଶୀଘ୍ର ପ୍ରାଥୀ ଙ୍କ ନାମ ଘୋଷଣା ହେବାକୁ ଯାଉଥିବା ବେଳେ ଢେଙ୍କାନାଳ ପାଇଁ ସତ୍ୟ ଙ୍କ ନାମ ଘୋଷଣା ହେଇପାରେ ବୋଲି ରାଜନୈତିକ ଚର୍ଚା ହେଉଛି I

Leave a Reply

Your email address will not be published. Required fields are marked *