ପୁଣି ବିଜେଡି ଛାଡିଲେ ନୀଳଗିରି ର ଲୋକପ୍ରିୟ ବିଧାୟକ ସୁକାନ୍ତ, ବିଜେପି ରେ ମିଶିବା ନେଇ ଚର୍ଚ୍ଚା

ଗତକାଲି ନବରଙ୍ଗପୁର ସାଂସଦ ବିଜେଡି ରେ ତାଙ୍କୁ ଅଣଦେଖା କରାଯାଉଥିବା ନେଇ ଅଭିଯୋଗ କରି ଦଳ ଛାଡିଥିଲେ I ନିଜ ଇସ୍ତଫା ପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ପଠାଇଦେଇଥିଲେ I ଆଜି ପୁଣି ଦଳ ଛାଡିଛନ୍ତି ନୀଳଗିରି ର ବିଧାୟକ ବିଧାୟକ ସୁକାନ୍ତ ନାୟକ। ପ୍ରାଥୀ ତାଲିକା ଘୋଷଣା ହେବାକୁ ଆଉ ମାତ୍ର ଅଳ୍ପ ସମୟ ବାକିଥିବା ବେଳେ ବିଜେଡି ତାଙ୍କୁ ଅବହେଳା କରୁଛି କହି ଇସ୍ତଫା ଦେଇଛନ୍ତି ବିଧାୟକ I

ବିଧାୟକ ଙ୍କ ସହିତ ହଜାର ସଂଖ୍ୟାରେ କର୍ମୀ ଇସ୍ତଫା ଦେଇଛନ୍ତି ବିଜେଡି ରୁ I ନିଜ ଇସ୍ତଫା ପତ୍ରକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ପାଖକୁ ସୁକାନ୍ତ ପଠାଇଦେଇଛନ୍ତି I ତେବେ ଚର୍ଚ୍ଚା ଚାଲିଛି କି ବିଜେପି ନେତ୍ରୀ ସୁଷମା ରାଣୀ କିଛିଦିନ ତଳେ ବିଜେଡି ରେ ମିଶିଥିଲେ I

ଏହାପରେ ବିଧାୟକ ନିଜକୁ ଅସୁରକ୍ଷିତ ମନେ କରି ଦଳ ଛାଡିଛନ୍ତି I ଶୁଣାଯାଉଛି କି ଖୁବ ଶୀଘ୍ର ସେ ବିଜେପି ରେ ଯୋଗ ଦେଇପାରନ୍ତି ତେବେ ଏନେଇ ସେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି I କେବଳ କହିଛନ୍ତି ଯେ ଜିଲ୍ଲା ସଭାପତି ଙ୍କ ଦ୍ଵାରା ସେ ଯନ୍ତ୍ରଣା ସହିନପାରି ଦଳ ଛାଡ଼ୁଛନ୍ତି I

Leave a Reply

Your email address will not be published. Required fields are marked *