ବିଜେଡି ରେ ବିଜୁ ପ୍ରେମୀ ଅବହେଳା ର ଶିକାର ହେଇ ଅନେକ ନେତା ଦଳରୁ ବାହାରି ଯାଇଛନ୍ତି ତ ଆଉ କେତେ ଜଣ ବିଦ୍ରୋହ କରି ତଡା ଖାଇଛନ୍ତି Iଦଳର ପ୍ରତିଷ୍ଠା ସଦସ୍ୟ ଭାବେ ଜଣାଶୁଣା ବିଜୟ ମହାପାତ୍ର ,ବ୍ରଜ ତ୍ରିପାଠୀ ,ପଞ୍ଚାନନ କାନୁନଗୋ ,ଦିଲୀପ ରାୟ ଙ୍କ ଭଳି ବହୁ ନେତା ବିଦା ହେଇସାରିଥିଲେ Iତେବେ ବୈଜୟନ୍ତ ଏବଂ ଦାମ ଦଳରୁ ବାହାରିବା ପରେ ବିଜେଡି ର ସତେଯେପରି ସବୁ ଅଙ୍କ ଭୁଲ ପ୍ରମାଣିତ ହେଇଗଲା
Iକାହିଁକିନା ଉଭୟ, ଦ୍ୱିତୀୟ କ୍ଷମତା କେନ୍ଦ୍ର ଭାବେ ଜଣାଥିବା ପାଣ୍ଡିଆନ ଙ୍କ ବିରୁଧରେ ସ୍ୱର ଉତ୍ତୋଳନ କରି ଏକ ଘରକିଆ ହେଇଯାଇଥିଲେ I ଏହାପରେ ଦୁହିଁଙ୍କ ସମୀକରଣ କୁ ନେଇ ନୂଆ ବିକଳ୍ପ ର ସମ୍ଭାବନା ଦେଖାଯାଉଥିଲେ ମଧ୍ୟ ସବୁ ବିଜୁ ପ୍ରେମୀ ଙ୍କୁ ଏକାଠି କରିବା ସମ୍ଭବ ହେଇନଥିଲା I ଫଳରେ ପ୍ରଥମେ ବୈଜୟନ୍ତ ଏବଂ ପରେ ଦାମ ବିଜେଡି ରେ ମିଶିସାରିଛନ୍ତିI
ତେବେ ସବୁଠୁ ବଡ କଥା ହେଉଛି ଏପଟେ ବିଜେଡି ର ଦଳୀୟ ପ୍ରାଥୀ ତାଲିକା କରାଯାଉଥିବା ବେଳେ ୟା ମଧ୍ୟରେ 24ଘଣ୍ଟାରେ ଦୁଇଜଣ ଟାଣୁଆ ନେତା ଯଥା ନବରଙ୍ଗପୁର ସାଂସଦ ,ନୀଳଗିରି ବିଧାୟକ ବିଜେଡି ଛାଡିଛନ୍ତି I ଚର୍ଚ୍ଚା ହେଉଛି କି ଉଭୟ ବିଜେପି ରେ ମିସିପାରନ୍ତି I ସେହିପରି କଂଗ୍ରେସ ବିଧାୟକ ପ୍ରକାଶ ବେହେରା ମଧ୍ୟ ବିଜେପି ରେ ଯୋଗ ଦେବେ ବୋଲି ଶୁଣାଯାଉଛି I
ତେବେ ହଠାତ ବିଜେଡି ନେତାଙ୍କ ବିଜେପି ମୁଁହା ର ସୂତ୍ରଧର କୁଆଡେ ବୈଜୟନ୍ତ Iବୈଜୟନ୍ତ ବିଜେପି ରେ ଯୋଗ ଦେବାପରେ ତାଙ୍କୁ ରାଷ୍ଟ୍ରୀୟ ଉପ ସଭାପତି ର ଅଖଣ୍ଡ କ୍ଷମତା ଦିଆଯାଇଛି I ଯୋଗ ଦେଉ ଦେଉ ଦାମ ଙ୍କ ଭଳି ବରିଷ୍ଠ ତଥା ବିଜେପି ବିରୋଧୀ ଙ୍କ ମୁଁହରେ ବିଜେପି ପ୍ରସଂଶା କରାଇ ଦଳରେ ଯୋଗ କରାଇଲେ I ଏବେ ଚର୍ଚ୍ଚା ଚାଲିଛି ଖାରବେଳ ,ବ୍ରଜ ତ୍ରିପାଠୀ ,ନବୀନ ନନ୍ଦ ବି ଖୁବ ଶୀଘ୍ର ସାମିଲ ହେବେ I ଏହା ସହିତ ବିଜେଡି ର ଅସନ୍ତୁଷ୍ଟ ନେତାଙ୍କ ଉପରେ ଦୃଷ୍ଟି ରଖିଛନ୍ତି ବୈଜୟନ୍ତ ଏବଂ ଧର୍ମେନ୍ଦ୍ର I
ଏମିତିରେ ବି ବୈଜୟନ୍ତ କହିସାରିଛନ୍ତି କି ତାଙ୍କ ସହିତ 40ବିଧାୟକ ଅଛନ୍ତି Iତେବେ ପ୍ରାଥୀ ଘୋଷଣା ପରେ ଅସନ୍ତୁଷ୍ଟ ଙ୍କୁ ଏକାଠି କରାଇ ନବୀନ ଙ୍କ ଠାରୁ ପ୍ରତିଶୋଧ ନେବା ଲକ୍ଷରେ ନିଜ ପ୍ଲାନ ପ୍ରସ୍ତୁତ କରୁଥିବା ରାଜନୈତିକ ସମୀକ୍ଷକ ମାନେ ଅନୁମାନ କରିଛନ୍ତି I