କୋରେଇ ରେ ଆକାଶ ଙ୍କ ସ୍ଥାନରେ ପ୍ରାଥୀ ହେବେ ବବିଙ୍କ ଭିଣେଇ ଅରିନ୍ଦମ !!

ପାଖେଇ ଆସୁଛି ନିର୍ବାଚନ I ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରାଥୀଙ୍କ ନାମ ମଧ୍ୟ ଘୋଷଣା ସରିଛି I ବିଜେଡି ରେ ଏଥରକ ଅଧିକାଂଶ ନେତା ଟିକେଟ ପାଇନଥିବା ବେଳେ ପ୍ରାଥୀ ହେଇଛନ୍ତି କିଛି ନୂଆ ଚେହେରା Iଦଳରେ ଆହୁରି ଅଧିକାଂଶ ନେତାଙ୍କ ଟିକେଟ କଟିବା ନେଇ ଚର୍ଚ୍ଚା ହେଉଛି I ତେବେ ଏହି କ୍ରମରେ ଆସିଛନ୍ତି କୋରେଇ ବିଧାୟକ ତଥା ଓଡ଼ିଆ ହିରୋ ଆକାଶ ଦାସ ନାୟକ I

କୋରେଇ ନିର୍ବାଚନ ମଣ୍ଡଳୀ କିଛି ବର୍ଷ ଧରି ପ୍ରଫୁଲ୍ଲ ଘଡେଇ ଙ୍କ କବ୍ଜାରେ ଥିବାବେଳେ 2014 ନିର୍ବାଚନ ରେ ପ୍ରଫୁଲ୍ଲ ବାଦ ପଡିଥିଲେ ଏବଂ ସେହି ସ୍ଥାନରୁ ଅଭିନେତା ଆକାଶଜ ଙ୍କୁ ଟିକେଟ ଦିଆଯାଇ ପୁଅ ପ୍ରୀତି ସୁକିନ୍ଦା ରୁ ଟିକେଟ ମିଳିଥିଲା Iଉଭୟ ବିପୁଳ ପରିମାଣରେ ବିଜୟ ହାସଲ କରିଥିଲେ Iଏଥରକ କିନ୍ତୁ ଆକାଶ ଙ୍କୁ ଟିକେଟ ମିଳିବନି ବୋଲି ଚର୍ଚା ହେଉଛି ଏବଂ ତାଙ୍କ ସ୍ଥାନରେ ଅଭିନେତା ଅରିନ୍ଦମ ପ୍ରାଥୀ ହେବେ

I ତେବେ ୟା ମଧ୍ୟରେ ଯାଜପୁର ର ପାୱାରଫୁଲ ନେତା ପ୍ରଣବ ପ୍ରକାଶ ଓରଫ ବବି ଙ୍କ ଭଉଣୀ ଙ୍କୁ ଅଭିନେତା ଅରିନ୍ଦମ ବିବାହ କରିଛନ୍ତି ମାନେ ସମ୍ପର୍କ ରେ ଦେଖିବାକୁ ଗଲେ ବବିଙ୍କ ଭିଣେଇ ହେଉଛନ୍ତି ଅରିନ୍ଦମ I ତେଣୁ ଚର୍ଚ୍ଚା ଚାଲିଛି କି ଅରିନ୍ଦମ ଙ୍କୁ କୋରେଇ ନିର୍ବାଚନ ମଣ୍ଡଳୀ ରୁ ବବି ପ୍ରାଥୀ କରିବାକୁ ଅଣ୍ଟା ଭିଡିଛନ୍ତି I ଅପରପକ୍ଷେ ଅରିନ୍ଦମ ମଧ୍ୟ ବିଜେପୁର ନିର୍ବାଚନ ରେ ବିଜେଡି ପାଇଁ ଜୋରଦାର ପ୍ରଚାର କରିଥିଲେ I

ଶୁଣାଯାଉଛି କି ଅରିନ୍ଦମ କଟକ ପାଇଁ ଆଶାୟୀ I ଯେହେତୁ ବାରବାଟୀ ବିଧାୟକ ଦେବାଶିଷ ନିଜ ଜନ୍ମ ମାଟି ପାରାଦୀପ ରୁ ଲଢ଼ିବାକୁ ଚାଁହୁଛନ୍ତି ତେଣୁ ଅରିନ୍ଦମ କଟକ ରେ ଲଢ଼ିପାରନ୍ତି କିନ୍ତୁ କୁଆଡେ ଭିଣେଇ ଙ୍କ ପ୍ରଥମ ପସନ୍ଦ ହେଉଛି କୋରେଇ ନିର୍ବାଚନ ମଣ୍ଡଳୀ I ଏ ପରିପ୍ରେକ୍ଷୀରେ ଆକାଶ ବଳି ପଡିପାରନ୍ତି ବୋଲି ଚର୍ଚ୍ଚା ହେଉଛି I

ଅରିନ୍ଦମ ମଧ୍ୟ ନବୀନ ନିବାସ ରେ ନବୀନ ଙ୍କୁ ସାକ୍ଷାତ କରିବା ଘଟଣାକୁ ଆହୁରି ଚର୍ଚା କରାଉଛି ଯେ ଅରିନ୍ଦମ ନିର୍ବାଚନ ଲଢ଼ିବେ I ଯଦିଓ ଏନେଇ ଆକାଶ କିମ୍ବା ଅରିନ୍ଦମ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ତେବେ ଆକାଶ ଙ୍କ ସମର୍ଥକ ମାନେ ଆକାଶ ଙ୍କ ସମର୍ଥନ ରେ ବାହାରିଲେଣି I ଖୁବ ଅଳ୍ପ ଦିନ ମଧ୍ୟରେ ଏନେଇ ସମ୍ପୂର୍ଣ୍ଣ ଜଣାପଡିବ I

Leave a Reply

Your email address will not be published. Required fields are marked *