ମହିଳାଙ୍କୁ 33% ସଂରକ୍ଷଣ ରେ ବି ଲୋକପ୍ରିୟ ନେତ୍ରୀ ଙ୍କୁ ମିଳିଲାନି ଟିକେଟ !!

ବିଜେଡି ପାଇଁ ଏବେ ମୁଖ୍ୟ ସମସ୍ୟା ସାଜିଛି ପ୍ରାଥୀ ଚୟନ I ପ୍ରଥମ ପର୍ଯ୍ୟାୟ ପ୍ରାଥୀ ଘୋଷଣା ପରେ ଦଳରେ ତୀବ୍ର ଅସନ୍ତୋଷ ଲାଗି ରହିଛି I ଅନେକ ନେତା ଦଳ ଛାଡିଥିବା ବେଳେ ମହିଳା ନେତ୍ରୀ ମାନେ ମଧ୍ୟ ଟିକେଟ ନପାଇ ବାଧ୍ୟ ହେଇ ଦଳ ଛାଡିଛନ୍ତି I ସେହିକ୍ରମରେ ସୁନ୍ଦରଗଡ ର ବିଜେଡି ମଙ୍ଗ ସମ୍ଭଳିଥିବା କୁସୁମ ଟେଟେ ଟିକେଟ ନପାଇ ଦଳ ଛାଡିଥିଲେ ଏବଂ କହିଥିଲେ କି ମହିଳାଙ୍କୁ ସଂରକ୍ଷଣ ସମ୍ପୂର୍ଣ୍ଣ ଡାହା ମିଛ I

ଏହାପରେ କନ୍ଧମାଳ ସାଂସଦ ଥିବା ପ୍ରତ୍ୟୁଷା ଙ୍କୁ ମଧ୍ୟ ଟିକେଟ ମିଳିନଥିଲା ବିଜେଡି ରୁ I ପ୍ରତ୍ୟୁଷା ଙ୍କ ବଦଳରେ ଅଚ୍ୟୁତ ଙ୍କୁ ମିଳିଥିଲା ଏବଂ ପ୍ରତ୍ୟୁଷା ନିଜ ଗଡ ତଥା ନୟାଗଡ ପାଇଁ ଆଶାୟୀ ଥିବାବେଳେ ,ଅରୁଣ ସାହୁ ପ୍ରମୁଖ ଦାବିଦାର ଥିବାରୁ ଶେଷରେ ବାଧ୍ୟ ହେଇ ବିଜେଡି ଛାଡିଛନ୍ତି ଏବଂ କହିଛନ୍ତି କି ମହିଳା କାର୍ଡ ସମ୍ପୂର୍ଣ୍ଣ ଫମ୍ପା I

ଏହା ପରେ ଚର୍ଚା ହେଉଛି କି ବିଜେପୁର ଉପ ନିର୍ବାଚନ ରେ କଂଗ୍ରେସ ବିଧାୟକ ଙ୍କ ପତ୍ନୀ ରିତା ବିଜେଡି ରେ ମିଶି ବିଜେଡି ତରଫରୁ ନିର୍ବାଚନ ଲଢ଼ି ବିପୁଳ ପରିମାଣରେ ଜିତିଥିଲେ I କିନ୍ତୁ ଚଳିତ ନିର୍ବାଚନ ରେ ତାଙ୍କୁ ଟିକେଟ ମିଳିନି ଏବଂ ନିଜେ ମୁଖ୍ୟମନ୍ତ୍ରୀ ସେହି ଆସନରୁ ଲଢ଼ୁଛନ୍ତି I ଅବଶ୍ୟ ଏନେଇ ବିଜେଡି ବିରୁଧରେ ରିତା କୌଣସି ପ୍ରତିକ୍ରିୟା ରଖିନାହାନ୍ତି କିନ୍ତୁ ସୋସିଆଲ ମିଡିଆରେ ଚର୍ଚା ଚାଲିଛି କି ରିତାଙ୍କୁ ଠକିଦେଲେ ମୁଖ୍ୟମନ୍ତ୍ରୀ I

Leave a Reply

Your email address will not be published. Required fields are marked *