ନିର୍ବାଚନ ଆରମ୍ଭ ନହେଉଣୁ ଟଙ୍କା ବାଣ୍ଟିଲେଣି ବିଜେଡି ବିଧାୟକ ପ୍ରାଥୀ, ଖୋଲାଖୋଲି ଆଦର୍ଶ ଆଚରଣ ବିଧି ନିୟମ ଉଲଂଘନ

ସରିଛି ବିଜେଡି ର ପ୍ରଥମ ପର୍ଯ୍ୟାୟ ପ୍ରାଥୀ ଙ୍କ ତାଲିକା I ନିର୍ବାଚନ ପାଖେଇ ଆସୁଥିବାରୁ ପ୍ରାଥୀ ମାନେ ମଧ୍ୟ ମୈଦାନ କୁ ଓଲ୍ହାଇଲେଣି I ପ୍ରଚାର ଜୋରଦାର ଆରମ୍ଭ ହେଲାଣି I ତେବେ ନିର୍ବାଚନ ପାଇଁ ପ୍ରାଥୀ ଘୋଷଣା ପୂର୍ବରୁ ବିଜେଡି ନେତା ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା ଏକ ସମାବେଶ ରେ ସମସ୍ତଙ୍କ ସାମ୍ନାରେ ଭୋଟର ମାନଙ୍କୁ ଖୋଲାଖୋଲି ଲାଞ୍ଚ ଯାଚିଥିଲେ ଏବଂ କହିଥିଲେ କି ଯେଉଁ ପଂଚାୟତ ସବୁଠାରୁ ଅଧିକ ଭୋଟ ଦେବ ସେହି ପଞ୍ଚାୟତ କୁ 35ଲକ୍ଷ ଟଙ୍କା ଦିଆଯିବ I

ଏହାକୁ ନେଇ ପ୍ରବଳ ତୁମ୍ବିତୁଫାନ ହେଇଥିଲା ଏପରିକି ବିରୋଧୀ ପକ୍ଷରୁ ନିର୍ବାଚନ କମିଶନ ଙ୍କ ପାଖରେ ଫେରାଦ ହେଇଥିଲେ I ତେବେ ଆଜି ପୁଣି ଆଉ ଜଣେ ବିଜେଡି ନେତା ଆଦର୍ଶ ଆଚରଣ ବିଧି କୁ ଖୋଲାଖୋଲି ଉଲଂଘନ କରି ପ୍ରଚାର ସମୟରେ ଟଙ୍କା ବାଣ୍ଟିଛନ୍ତି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି I

ସୂଚନା ଅନୁଯାଇ ନୂଆପଡ଼ା ର ଘୋଷିତ ହେଇଥିବା ବିଧାୟକ ପ୍ରାଥୀ ରାଜେନ୍ଦ୍ର ଢୋଲକିଆ ଏକ ପ୍ରଚାର ସମୟରେ ଲୋକମାନଙ୍କୁ ଟଙ୍କା ବାଣ୍ଟୁଛନ୍ତି I ଯାହାକି କାମେରା ରେ କଏଦ ହେଇ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି I ଚର୍ଚା ଚାଲିଛି କି ଏବେଠୁ ଏତେ ଟଙ୍କା ବଣ୍ଟା ଗଲାଣି ତେବେ ଆଗକୁ ପରିସ୍ଥିତି କଣ ହେବ ?

Leave a Reply

Your email address will not be published. Required fields are marked *