ପୁଣି ଗତକାଲି ବିଜେପି ରେ ମିଶିଲେ 3ବିଧାୟକ ଏବଂ 5ବରିଷ୍ଠ ବିଜେଡି ନେତା

ପ୍ରଥମ ପର୍ଯ୍ୟାୟ ପ୍ରାଥୀ ଘୋଷଣା ପରେ ବିଜେଡି ରେ ଲାଗିରହିଛି ତୀବ୍ର ଅସନ୍ତୋଷ I ଜଣଙ୍କ ପରେ ଜଣେ ଦଳ ଛାଡ଼ୁଛନ୍ତି ଏବଂ ବିଜେପି ଆଡେ ମୁଁହାଉଛନ୍ତି I ପୂର୍ବରୁ ବିଜେଡି ର ବରିଷ୍ଠ ନେତା ମାନେ ବିଜେପି ରେ ଯୋଗ ଦେଇଥିବା ବେଳେ ଗତକାଲି ପୁଣି ବିଜେପି ର ମିଶ୍ରଣ ପର୍ବରେ ମିଶିଛନ୍ତି ବିଜେଡି ର ତୁଙ୍ଗନେତା ମାନେ Iନୟାଗଡ ଦଶପଲ୍ଲାର ବିଧାୟକ ପୂର୍ଣଚନ୍ଦ୍ର ନାଏକ,ଦଶପଲ୍ଲାର ପୂର୍ବତନ ବିଧାୟକ କାଶୀନାଥ ମଲ୍ଲିକ, ନିଳଗିରିର ବିଧାୟକ ସୁକାନ୍ତ ନାଏକ ,

ପୋଲସରା ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନ ଏବଂ ଆସିକାର ବିଧାୟକ ଦେବରାଜ ମହାନ୍ତି, ପାରଳାଖେମୁଣ୍ଡି ପୂର୍ବତନ ବିଧାୟକ କେ, ନାରାୟଣ ରାଓ, ସୁନ୍ଦରଗଡ ର ଟାଣୁଆ ନେତ୍ରୀ କୁସୁମ ଟେଟେ ବିଜେଡି ଛାଡିଥିବା ବେଳେ ଗତକାଲି ପଦ୍ମ ପୋଖରୀ ରେ ବୁଡ଼ ମାରିଛନ୍ତି I ଚର୍ଚା ଚାଲିଛି କି ଖୁବ ଶୀଘ୍ର ଆହୁରି ଅନେକ ନେତା ବିଜେପି ରେ ଯୋଗଦେବେ I

Leave a Reply

Your email address will not be published. Required fields are marked *