ବିଶ୍ୱାସ କରିପାରିଲେନି ବିଜେଡି କୁ ,ଇସ୍ତଫା ପରେ ଡକରା ଆସିଥିଲେ ବି ବିଜେପି ରେ ମିଶିଲେ ନାରାୟଣ

ବିଜେଡି ର ପ୍ରାଥୀ ଘୋଷଣା ପରେ ଦଳୀୟ ଅସନ୍ତୋଷ ଲାଗି ରହିଥିଲା I ପାରଳାଖେମୁଣ୍ଡି ର ପୂର୍ବତନ ବିଧାୟକ କେ ନାରାୟଣ ରାଓ ଙ୍କୁ ଟିକେଟ ନମିଳିବାରୁ ସେ ଅସନ୍ତୋଷ ହେଇଥିଲେ ଏବଂ ଦଳରୁ ଇସ୍ତଫା ଦେଇଥିଲେ I ତାଙ୍କ ଇସ୍ତଫା କୁ ବିଜେଡି ଗ୍ରହଣ ନକରି ପୁନର୍ବାର ଡ଼କାଇଥିଲେ ମଧ୍ୟ ନାରାୟଣ ଙ୍କ ମନ ବୁଝିନି I ଚର୍ଚା ଚାଲିଥିଲା କି ତାଙ୍କୁ କିଛି ନୂଆ ଲୋଭ ଦେଖା ଯାଇ ଦଳରେ ରୋକିବାର ଯୋଜନା କରିଥିଲା ବିଜେଡି, ତେବେ ବିଜେଡି ର ଅଫର କୁ ଗ୍ରହଣ କରିପାରିନାହାନ୍ତି ନାରାୟଣ I ବିଜେଡି ଛାଡି ବିଜେପି ରେ ଯୋଗ ଦେଇଛନ୍ତି I ଏହାସହିତ ଆଗାମୀ ନିର୍ବାଚନ ରେ ବିଜେପି ପକ୍ଷରୁ ନାରାୟଣ ପ୍ରାଥୀ ହେବା ସମ୍ଭବତଃ ନିର୍ଚ୍ଚିତ ହେଇସାରିଥିବା ବେଳେ ବିଜେଡି ପ୍ରାଥୀ କଲ୍ୟାଣୀ ଦେବୀ ଙ୍କ ସହିତ କଡା ଟକ୍କର ଦେବେ ନାରାୟଣ I

Leave a Reply

Your email address will not be published. Required fields are marked *