ଭାଙ୍ଗିଗଲା ନବୀନ-ବୈଜୟନ୍ତ ଯୋଡି !! ଶେଷରେ କଂଗ୍ରେସ ର ହାତ ଧରିଲେ ନବୀନ ନନ୍ଦ

ଚାଲିଥିବା ଚର୍ଚା ଆଲୋଚନା ର ଅନ୍ତ ଘଟାଇ ଶେଷରେ କଂଗ୍ରେସ ର ହାତ ଧରିଛନ୍ତି ଢେଙ୍କାନାଳ ସଦର ର ପୂର୍ବତନ ବିଧାୟକ ନବୀନ ନନ୍ଦ I ଆଜି ଶ୍ରୀ ନନ୍ଦ ନିଜର ସମର୍ଥକଙ୍କ ସହ କଂଗ୍ରେସ ଭବନ ରେ ପିସିସି ସଭାପତି ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଦ୍ଧିବଦ୍ଧ ଭାବରେ ଯୋଗ ଦେଇଛନ୍ତି I ବିଜେଡି ରୁ ବିଦା ହେବାପରେ ବୈଜୟନ୍ତ ଙ୍କ ସହିତ ଅଧିକାଂଶ ସମାବେଶ ରେ ନବୀନ ଙ୍କୁ ଦେଖିବାକୁ ମିଳିଥିଲା

I ତେବେ ବିଜେପି ରେ ବୈଜୟନ୍ତ ମିଶିବା ପରେ ଚର୍ଚା ଚାଲିଥିଲା କି ନବୀନ ମଧ୍ୟ ବିଜେପି ରେ ସାମିଲ ହେବେ I ନବୀନ ମଧ୍ୟ ବିଜେପି ରେ ଯୋଗ ଦେବା ନେଇ ଉତ୍ସାହିତ ଥିଲେ I ତେବେ ଢେଙ୍କାନାଳ ସଦର ପାଇଁ ପ୍ରାୟତ ବିଜେପି ତରଫରୁ ନବୀନ ଙ୍କ ପ୍ରାଥୀ ସମ୍ଭବ ହେଇପାରିନଥିଲା ,ଅପରପକ୍ଷରେ କିଛିଦିନ ତଳେ କଂଗ୍ରେସ ପିସିସି ସଭାପତି ଏବଂ ନବୀନ ନନ୍ଦ ଙ୍କ ରୁଦ୍ଧଦ୍ବାର ବୈଠକ ରୁ ଅନୁମାନ କରାଯାଉଥିଲା କି ନବୀନ କଂଗ୍ରେସ ରେ ମିଶିବେ I

ଶେଷରେ କଂଗ୍ରେସ ର ହାତ ଧରିଛନ୍ତି ନବୀନ I ଢେଙ୍କାନାଳ ସଦର ରେ କଂଗ୍ରେସ ର ସ୍ତିତି ଦୁର୍ବଳ ଥିବାବେଳେ ନବୀନ ଙ୍କ ନିଜସ୍ୱ ଭୋଟ ବ୍ୟାଙ୍କ ଏବଂ କଂଗ୍ରେସ ସହଯୋଗ କୁ ନେଇ ନବୀନ ଙ୍କ ରଣକୌଶଳ କିପରି ରହୁଛି ତାହା ଦେଖିବାର ଅଛି I

Leave a Reply

Your email address will not be published. Required fields are marked *