ତାରାତାରିଣୀ ଙ୍କୁ ଦର୍ଶନ କରି ହିଞ୍ଜିଳି ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ

ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରାଥୀ ତାଲିକା ଘୋଷଣା ପରେ ହିଞ୍ଜିଳି ଆସନ ପାଇଁ ଆଜି ଛତ୍ରପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ଯାଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ I ନବୀନ ପଟନାୟକ ସେଠାରେ ପହଞ୍ଚିଲା ପରେ ପ୍ରଥମେ ତାରା ତାରିଣୀ ମନ୍ଦିର ଯାଇ ମା ଙ୍କ ଦର୍ଶନ କରି ଆଶୀର୍ବାଦ ମାଗିଥିଲେ ଏବଂ ପରେ ଉପାଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ଅଭିମୁଖେ ଯାତ୍ରା କରି ନାମାଙ୍କନ ଦାଖଲ କରିଥିଲେ I ମୁଖ୍ୟମନ୍ତ୍ରୀ ଙ୍କ ନାମାଙ୍କନ ପତ୍ର ଦାଖଲ ସମୟରେ ସେଠାରେ ଜିଲ୍ଲା ର ସମସ୍ତ ବିଧାୟକ ଓ ସାଂସଦ ମାନେ ଉପସ୍ଥିତ ରହିଥିଲେ I ପ୍ରକାଶ ଥାଉ କି ଗତ ୪ଟି ନିର୍ବାଚନ ରୁ ଲଗାତାର ଭବେ ନବୀନ ହିଞ୍ଜିଳି ଆସନ ରୁ ଜିତି ଆସୁଛନ୍ତି,ଏଥରକ ମିଶାଇ ପଞ୍ଚମ ଥର ପାଇଁ ଜିତିବେ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି I

Leave a Reply

Your email address will not be published. Required fields are marked *