ମାମୁଘର ବିଜେପୁର ରୁ ଲଢ଼ି ନବୀନ ଙ୍କୁ ଟକ୍କର ଦେବେ ବୈଜୟନ୍ତ !

ଗତ 20 ବର୍ଷ ପରେ ଏଥରକ ରାଜନୈତିକ ପାଣିପାଗ କୁ ନେଇ ପାଣିପାଗ ପୁରା ଉସ୍ମ I ପ୍ରଥମ ଥର ପାଇଁ ଦୁଇଟି ଆସନରୁ ଲଢ଼ୁଛନ୍ତି ମୁଖ୍ୟମନ୍ତ୍ରୀ I ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ରୁ ଲଢ଼ିବା ସହିତ ବିଜେପୁର ରୁ ମଧ୍ୟ ଲଢ଼ିବାକୁ ଘୋଷଣା କରିଛନ୍ତି I ଅପରପକ୍ଷେ ବିଜେଡି ର ଟାଣୁଆ ନେତା ବୈଜୟନ୍ତ ବିଜେଡି ଛାଡିବା ପରେ ବିଜେପି ରେ ସାମିଲ ହେଇଛନ୍ତି ଏବଂ ବିଜେପି ଶକ୍ତି ବୃଦ୍ଧି ହେବାରେ ଲାଗିଛି

I ଚର୍ଚା ଚାଲିଛି ଯେ ବୈଜୟନ୍ତ ଙ୍କ ସହ ପାଖାପାଖି 40ବିଧାୟକ ଯୋଗ ଦେବେ ଯାହାର କି ଝଲକ ମଧ୍ୟ ଦେଖିବାକୁ ମିଳିଲାଣି Iବିଜେଡି ରୁ ଅସନ୍ତୁଷ୍ଟ ହେଇ ଅଧିକାଂଶ ନେତା ଏବେ ବିଜେପି ମୁଁହା ହେଲେଣି I ନବୀନ ବିଜେପୁର ରେ ଲଢ଼ିବା ନେଇ ଘୋଷଣା ପରେ ଚର୍ଚ୍ଚା ଚାଲିଛି କି ବୈଜୟନ୍ତ ମଧ୍ୟ ବିଜେପୁର ରେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଲେଣି I

ଖାସ କରି ବିଜେପୁର ବାସି ବୈଜୟନ୍ତ ଙ୍କୁ ନିମନ୍ତ୍ରଣ ମଧ୍ୟ କଲେଣି ସେଠାରୁ ଲଢ଼ିବା ପାଇଁ I କାହିଁକିନା ବିଜେପୁର ର କଟାପାଲି ରେ ବୈଜୟନ୍ତ ଙ୍କ ମା ଇଲ୍ଲା ପଣ୍ଡା ଙ୍କ ମାମୁଁଘର I ଏଠାରୁ ଲଢ଼ି ରାଜ୍ୟସଭା କୁ ଯାଇଥିଲେ ତାଙ୍କ ମା ,ତେଣୁ ପୁଣିଥରେ ଭଣଜା ବୈଜୟନ୍ତ ମଧ୍ୟ ବିଧାୟକ ହୁଅନ୍ତୁ ବୋଲି ଚାଁହୁଛନ୍ତି ସମସ୍ତ ବିଜେପୁର ବାସି I

ଏନେଇ ଭଣଜା ବୈଜୟନ୍ତ ଙ୍କୁ ମଧ୍ୟ ଅନୁରୋଧ କଲେଣି ,ଅବଶ୍ୟ ଏନେଇ କୌଣସି ପ୍ରତିକ୍ରିୟା ପଣ୍ଡାବାବୁ I ତେବେ ଖୁବ ଶୀଘ୍ର ଏନେଇ ଜଣାପଡିବ ନିଜ ମାମୁଁଘର ଗାଁ ରୁ ଭଣଜା ଲଢ଼ିବେ ନା କେନ୍ଦ୍ରାପଡା ରୁ I

Leave a Reply

Your email address will not be published. Required fields are marked *