ସଂସଦ ରେ ଓଡ଼ିଆରେ କହିବି , ଲୋକସଭା ଯଦି ଲୋକଙ୍କର ସଭା ତେବେ ସେମାନେ ମୋ ଭାଷା କାହିଁକି ବୁଝିବେ ନାହିଁ ?

ପ୍ରାଥୀ ଘୋଷଣା ପରେ ଏବେ ସବୁଠୁ ଚର୍ଚ୍ଚା ରେ ଅଛନ୍ତି ଆସ୍କା ଲୋକସଭା ନିର୍ବାଚନ ପାଇଁ ମନୋନୀତ ହେଇଥିବା ପ୍ରମିଳା ବିଶୋଇ I ବୟସ 70ହେଇଥିବା ବେଳେ ଶିକ୍ଷାଗତ ଯୋଗ୍ୟତା ମାତ୍ର ତୃତୀୟ I ହିନ୍ଦୀ ଇଂରାଜୀ ଜଣା ନାହିଁ I ଯେଉଁ ବୟସରେ ରାଜନୀତି ରୁ ଅବସର ନିଅନ୍ତି ସେହି ବୟସରେ ଏଣ୍ଟ୍ରି କରିଛନ୍ତି ପ୍ରମିଳା Iତେବେ ପ୍ରମିଳା ଙ୍କ ସବୁଠାରୁ ବଡ ମାନଦଣ୍ଡ ହେଉଛି ସମାଜ ସେବା I ଜଙ୍ଗଲ ସୁରକ୍ଷା ପାଇଁ କାମ କରିବା ସହ ମହିଳା ଙ୍କୁ ସଶକ୍ତ କରଣ ପାଇଁ ପ୍ରମିଳାଙ୍କ ସୁପ୍ରିମ ଦେଇଛନ୍ତି ଟିକେଟ I

ତେବେ ଏବେ ସବୁଠୁ ବଡ ଆଲୋଚନା ଚାଲିଛି କି ପ୍ରମିଳା ଲୋକସଭା ରେ କରିବେ କଣ ? ଲୋକସଭା ରେ ବିଭିର୍ଣ୍ଣ ପ୍ରସଙ୍ଗ ଉପରେ ମତାମତ ରଖିବା ଏବଂ ରାଜ୍ୟକୁ ପ୍ରତିନିଧିତ୍ବ କରିବାକୁ ହିନ୍ଦୀ କିମ୍ବା ଇଂରାଜୀ ରେ ଦଖଲ ଥିବା ଆବଶ୍ୟକ I ଏ କ୍ଷେତ୍ରରେ କିନ୍ତୁ କଡା ଜବାବ ଦେଇଛନ୍ତି ପ୍ରମିଳା I କହିଛନ୍ତି ମୋର ଓଡ଼ିଶାରେ ଜନ୍ମ ଏବଂ ମୋ ଭାଷା ଓଡ଼ିଆ I

ଲୋକ ସଭା ମାନେ ଲୋକଙ୍କର ସଭା ,ତେବେ ସଭାରେ ଲୋକଙ୍କ ଭାଷା କାହିଁକି ବୁଝିପାରିବେନି ?? ମୁଁ ଓଡ଼ିଆରେ କହିବି ,ଏବଂ ସେମାନଙ୍କୁ ବୁଝିବାକୁ ପଡିବ I

Leave a Reply

Your email address will not be published. Required fields are marked *