ବିଜେପିରେ ମିଶିଲେ ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ

ଏବେ ଚାଲିଛି ଦଳ ଡିଆଁ ପର୍ବ I ବିଜେଡି ରୁ ଟିକେଟ ନପାଇ ଅଧିକାଂଶ ନେତା ଏବେ ବିଜେପି ମୁଁହା I ସେହିପରିପ୍ରେକ୍ଷୀରେ ଦୁଇ/ତିନି ଦିନ ମଧ୍ୟରେ ପ୍ରାୟତ ବିଜେଡି ର ତିନି ବିଧାୟକ ,ତିନି ସାଂସଦ ,ଅଧିକାଂଶ ବରିଷ୍ଠ ନେତା ଏବଂ କଂଗ୍ରେସ ବିଧାୟକ ପ୍ରକାଶ ବିଜେପି ରେ ସାମିଲ ହେଇସାରିଲେଣି I ଆଜି ବିଜେପି ର ମିଶ୍ରଣ ପର୍ବରେ ଦଳରେ ମିଶିଛନ୍ତି ବରିଷ୍ଠ ନେତା ତଥା ରାଜ୍ୟ ସଭା ସଦସ୍ୟ ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ ନନ୍ଦ I

ବିଜେପି ର ମିଶ୍ରଣ ପର୍ବରେ ବିଦ୍ଧିବଦ୍ଧ ଭାବରେ ଯୋଗ ଦେଇଛନ୍ତି I ରିଷଭ ଙ୍କ ଯୋଗଦାନ ସମୟରେ ବିଜେପି ର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ଓ କେଭି ସିଂଦେଓ ପ୍ରମୁଖ ୱାସତୀତ୍ୱ`ଉପସ୍ଥିତ ରହିଥିଲେ I

ତେବେ ପୁଅଙ୍କ ବିଜେପି ଯୋଗଦାନ ପରେ ଏନେଇ ପ୍ରଶାନ୍ତ କୌଣସି ପ୍ରତିକ୍ରିୟା ରଖିନଥିବା ବେଳେ ବିଜେଡି ରେ କମ୍ପନ ସୃଷ୍ଟି ହେଇଚି I ହୁଏତ ପୁଅଙ୍କ ବିଜେପି ଯୋଗଦାନ ବାପାଙ୍କ ପାଇଁ ଘାତକ ହେଇପାରେ I

Leave a Reply

Your email address will not be published. Required fields are marked *