ନିର୍ବାଚନ ତାରିଖ ଘୋଷଣା ହେବାପରେ ବିଜେଡି ତରଫରୁ ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରାଥୀ ଘୋଷଣା ସରିଛି ,ଯେଉଁଥିରେ କି ଅଧିକାଂଶ ଅସନ୍ତୋଷ ଦେଖାଯାଇଛି Iଏପରିକି ଅନେକ ନେତା ଦଳ ଛାଡି ବିଜେପି ରେ ମିସିସାରିଲେଣି I ତେବେ ବ୍ରହ୍ମପୁର ସାଂସଦ ପାଇଁ ଦୁଇଥର ଟିକେଟ ପାଇ ବିଜୟ ହେଇଥିବା ସିଦ୍ଧାନ୍ତ ମହାପାତ୍ର ଙ୍କୁ ଏଥରକ ନିରାଶ ହେବାକୁ ପଡିଛି I ସିଦ୍ଧାନ୍ତ ଙ୍କ ବଦଳରେ ଟିକେଟ ମିଳିଛି କଂଗ୍ରେସ ରୁ ଆସିଥିବା ଚନ୍ଦ୍ରଶେଖର ଙ୍କୁ I ତେବେ କିଛିଦିନ ଧରି ଚର୍ଚ୍ଚା ଚାଲିଥିଲା କି ସିଦ୍ଧାନ୍ତ ବିଜେପି ରେ ମିଶିବେ ,ଯଦିଓ ଏନେଇ କୌଣସି ପ୍ରତିକ୍ରିୟା ରଖିନଥିଲେ ସିଦ୍ଧାନ୍ତ
I ତେବେ ଏଥରକ ଟିକେଟ ନପାଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ସିଦ୍ଧାନ୍ତ I ବିଶ୍ୱସ୍ତ ଖବର ଅନୂଯାଇ ବିଜେପି ଆଡେ ଢଳୁଛନ୍ତି ସିଦ୍ଧାନ୍ତ I ଭିତିରିଆ ଆଲୋଚନା ଚାଲିଛି ଖୁବ ଶୀଘ୍ର ଏନେଇ ଜଣାପଡିବ ,ତଥ୍ୟ ଅନୁଯାଇ ଏକ ମିଶ୍ରଣ ପର୍ବରେ ବିଜେପିର ପଦ୍ମ ଧରିପାରନ୍ତି ସିଦ୍ଧାନ୍ତ I ସୂଚନା ଥାଉ କି କଂଗ୍ରେସ ର ପ୍ରାଥୀ ଚନ୍ଦ୍ରଶେଖର ବିଜେଡି ରେ ମିଶିବା ପରେ କୋଣ ଠେଶା ହେଇପଡ଼ିଥିଲେ ସିଦ୍ଧାନ୍ତ ,
ଏପରିକି କୌଣସି ବୈଠକ ରେ ତାଙ୍କୁ ଡକାଯାଉନଥିଲା I ସିଦ୍ଧାନ୍ତ ଙ୍କ ବିରୁଧରେ ତୀବ୍ର ଅସନ୍ତୋଷ ସୃଷ୍ଟି ହେଇଥିଲା I