ବିଜେଡି ଛାଡି ଯାଇଥିଲେ ବିଜେପି କୁ ନିରାଶ ହେଲେ ରମା ,ମିଳିଲାନି ଟିକେଟ

ବିଜେପି ର ପ୍ରାଥୀ ଘୋଷଣା ସରିଥିବା ବେଳେ କିଛିମାତ୍ରାରେ ଦଳୀୟ ଅସନ୍ତୋଷ ଦେଖାଯାଇଛି ତେବେ ସତ୍ୟବାଦୀ ପାଇଁ ଆଶାୟୀ ଥିବା ରମା ରଞ୍ଜନ ବଳିୟାରସିଂ ଙ୍କୁ ନିରାଶ ହେବାକୁ ପଡିଛି I ରମା ତୃତୀୟ ମହଲା ର ଦ୍ୱିତୀୟ କ୍ଷମତା କେନ୍ଦ୍ର ଙ୍କୁ ଟାର୍ଗେଟ କରି ଦଳ ଛାଡି ବିଜେପି ରେ ମିଶିଥିଲେ Iସତ୍ୟବାଦୀ ପାଇଁ ପ୍ରମୁଖ ଟିକେଟ ଦାବିଦାର ଥିଲେ ,ଘନ ଘନ ବୈଠକ ମଧ୍ୟ ଡାକୁଥିଲେ ତେବେ ତାଙ୍କୁ ଟିକେଟ ମିଳିନାହିଁ ବରଂ ତାଙ୍କ ବଦଳରେ ଓମ ପ୍ରକାଶ ମିଶ୍ର ଙ୍କୁ ଟିକେଟ ମିଳିଛି I

ତେବେ ଏନେଇ ରମା କୌଣସି ପ୍ରତିକ୍ରିୟା ରଖିନାହାନ୍ତି I 2014 ରେ ରମା ବିଜେଡି ରୁ ଲଢ଼ି 46787 ଭୋଟ ପାଇଥିବା ବେଳେ ସ୍ୱାଧୀନ ଭାବେ ଲଢ଼ି ଉମା ସାମନ୍ତରାୟ 48319 ଭୋଟ ପାଇ ଜିତିଥିଲେ I ସେହିପରି ବିଜେପି ରୁ ବିଶ୍ୱନାଥ ରଥ 5500 ଭୋଟ ପାଇଥିବା ବେଳେ ଓମ ପ୍ରକାଶ 15068 ଭୋଟ ପାଇଥିଲେ I

ୟା ମଧ୍ୟରେ ଉଭୟ ଓମ ଏବଂ ରମା ବିଜେପି ରେ ମିଶି ଟିକେଟ ପାଇଁ ଆଶାୟୀ ଥିବାବେଳେ ଓମ ବାଜି ମାରିଦେଇଛନ୍ତି I ଅପରପକ୍ଷରେ ବାଲେଶ୍ୱର ସାଂସଦ ପାଇଁ ଆଶାୟୀ ଥିବା ଲେଖାଶ୍ରୀ ଙ୍କୁ ମଧ୍ୟ ନିରାଶା ହେବାକୁ ପଡିଛି I କିଛିଦିନ ଧରି ବାଲେଶ୍ୱର ରୁ ରଣକୌଶଳ ପ୍ରସ୍ତୁତ କରି ବାଲେଶ୍ୱର ରେ ସବୁଆଡେ ବୁଲିଥିଲେ ଲେଖାଶ୍ରୀ I ଅନୁମାନ କରାଯାଉଥିଲା କି ଲେଖାଶ୍ରୀ ଙ୍କୁ ବାଲେଶ୍ୱର ଟିକେଟ ମିଳିପାରେ ତେବେ ଲେଖାଶ୍ରୀ ନୂଆ ମୁଁହ ହେଇଥିବାରୁ ଲେଖାଶ୍ରୀ ଙ୍କ ବଦଳରେ ପ୍ରତାପ ଷଡ଼ଙ୍ଗୀ ଙ୍କୁ ବାଲେଶ୍ୱର ଟିକେଟ ମିଳିଛି I

ତେବେ ମିଳିଥିବା ଭିତିରିଆ ସୂଚନା ଅନୁଯାଇ ଜଗତସିଂହପୁର ଲୋକସଭା ପାଇଁ ଲେଖାଶ୍ରୀ ଙ୍କୁ ଟିକେଟ ମିଳିପାରେ I

Leave a Reply

Your email address will not be published. Required fields are marked *