ଦିଗପହଣ୍ଡି ରୁ ନିର୍ବାଚନ ଲଢ଼ିବେ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ପିଙ୍କି ପ୍ରଧାନ

ଓଡ଼ିଆ ଲୋକପ୍ରିୟ ଅଭିନେତ୍ରୀ ତଥା ବିଜେପି ର ପ୍ରଚାରକ ପିଙ୍କି ପ୍ରଧାନ ଏଥରକ ସିଧାସଳଖ ମୈଦାନ କୁ ଓଲ୍ହାଇଛନ୍ତି I ଦଳ ପକ୍ଷରୁ ତାଙ୍କୁ ବିଧାୟକ ପ୍ରାଥୀ ଭାବେ ଘୋଷଣା କରାଯାଇଛି I ସେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ରୁ ନିର୍ବାଚନ ଲଢ଼ିବେ ବୋଲି ବିଜେପି ର ପ୍ରାଥୀ ତାଲିକାରେ ଉଲ୍ଲେଖ ରହିଛି I ସୂଚନା ଥାଉ କି ପିଙ୍କି ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ I ତାଙ୍କ ଘର ଗଞାମ ଜିଲ୍ଲାରେ ହେଇଥିବା ବେଳେ ପିଲାଦିନରୁ ଅଭିନୟ ପ୍ରତି ରୁଚି ରହିଥିଲା I

ଓଡ଼ିଆ ଚଳଚ୍ଚିତ୍ର “ଯେ ପାଞ୍ଚେ ପର ମନ୍ଦ” ରେ ସିଦ୍ଧାନ୍ତ ମହାପାତ୍ରଙ୍କ ସହ ମୁଖ୍ୟ ନାୟିକା ଭୂମିକାରେ ପିଙ୍କି ଅଭିନୟ କରିବା ସହିତ ଅନେକ ଚଳଚିତ୍ର, ଧାରାବାହିକ,ଶୋ ରେ ଅଭିନୟ କରିଛନ୍ତି I ସାର୍ଥକ ଚାନେଲ ର ରଜ କୁଇନ ଏବଂ “ସ୍ୱର ଓଡ଼ିଶା” ରେ ସେ ବିଚାରକ ଭାବେ ନଜର ଆସିଥିଲେ I ପିଙ୍କି ଜଣେ ଭଲ ପ୍ରଚ୍ଛଦପଟ୍ଟ ଗାୟିକା ମଧ୍ୟ I କେବଳ ଓଡିଶା ନୁହେଁ ଜାତୀୟ ସ୍ତରରେ ପିଙ୍କି ପୁରସ୍କୃତ ମଧ୍ୟ ହେଇଛନ୍ତି I ତେବେ ୨୦୧୪ ମସିହା ନିର୍ବାଚନ ସମୟରେ ପିଙ୍କି ବିଜେପି ରେ ଯୋଗ ଦେଇଥିଲେ ଏବଂ ବିଜେପି ପାଇଁ ପ୍ରଚାର କରିଥିଲେ I

ଅନେକ ସମୟରେ ପିଙ୍କିଙ୍କୁ ବିଜେଡି ଏବଂ ନବୀନ ସରକାର ଙ୍କୁ ଟାର୍ଗେଟ କରିବାର ଦେଖାଯାଏ I ପିଙ୍କି ଦିଗପହଣ୍ଡି ରୁ ନିର୍ବାଚନ ଲଢ଼ିବାକୁ ଯାଉଥିବା ବେଳେ ତାଙ୍କ ବିପକ୍ଷରେ ଅଛନ୍ତି ବିଜେଡି ର ବଳିଷ୍ଠ ନେତା ସୂର୍ଯ୍ୟ ପାତ୍ର Iବିଜେପି ରୁ ବିଜୟ ସ୍ୱାଇଁ ପୂର୍ବଥର ଏଠାରୁ ମାତ୍ର 7771 ଭୋଟ ପାଇଥିଲେ I

Leave a Reply

Your email address will not be published. Required fields are marked *