ଲାଲକୃଷ୍ଣ ଆଡ଼ଭାନୀ ,ବିଜେପି ର ପିତାମହ ଭସ୍ମ କହିଲେ ଭୁଲ ହେବନି I ସମସ୍ତେ ତାଙ୍କୁ ଭକ୍ତି ସହିତ ଆଦର କରନ୍ତି ଏଥରକ ଆଶା କରାଯାଉଥିଲା କି ତାଙ୍କୁ ଲୋକସଭା ପାଇଁ ଟିକେଟ ମିଳିବ କିନ୍ତୁ ବିଜେପି ପକ୍ଷରୁ ଟିକେଟ ମିଳିନି ,ଏକ ଜାତୀୟ ଗଣମାଧ୍ୟମ ରେ ପ୍ରସାରିତ ସୂତ୍ର ଅନୁଯାଇ ଆଡ଼ଭାନୀ କୁଆଡେ କହିଛନ୍ତି ଯେ ତାଙ୍କୁ ଟିକେଟ ମିଳୁ କିମ୍ବା ନମିଳୁ ସେଥିରେ ତାଙ୍କ ଦୁଃଖ ନାହିଁ କିନ୍ତୁ ଯେଉଁଭଳି ଭାବରେ ବିଜେପି ତାଙ୍କୁ ଅଣଦେଖା କଲା ,କୌଣସି ବରିଷ୍ଠ ନେତା ତାଙ୍କୁ ପଚାରିଲେନି ,ଏହା ତାଙ୍କୁ ବହୁତ କଷ୍ଟ ଦେଇଛି
I ଏପରି ବ୍ୟବହାର ସେ ବିଜେପି ଠାରୁ ଆଶା କରିନଥିଲେ ,ଫଳରେ ତାଙ୍କୁ ଅପମାନ ବୋଧ ହେଇଚି I ଯଦିଓ ଏନେଇ କୌଣସି ଗଣମାଧ୍ୟମ ରେ ଖୋଲାଖୋଲି ନିଜର ମତାମତ ରଖିନାହାନ୍ତି ଆଡ଼ଭାନୀ I ଅପରପକ୍ଷରେ ବିଜେପି ମତ ରଖିଛି ଯେ ତାଙ୍କ ପୁଅଙ୍କୁ ପ୍ରାଥୀ କରିବାକୁ ଦଳ ଚାହିଁଥିଲେ ମଧ୍ୟ ଆଡ଼ଭାନୀ ମନା କରିଥିଲେ I ସୂଚନା ଥାଉ କି ଲଗାତାର ଭାବରେ 6ଥର ଗୁଜରାଟର ଗାନ୍ଧୀନଗରରୁ ନିର୍ବାଚନ ଜିତିଥିଲେ ଆଡ଼ଭାନଜି I