ଧର୍ମେନ୍ଦ୍ର ଙ୍କ ପାଇଁ ବିଜେପି ଛାଡିଲେ ବରିଷ୍ଠ ତଥା ଲୋକପ୍ରିୟ ନେତା ସୁବାଷ ଚୌହାନ BJD ରେ ମିଶିପାରନ୍ତି

ବରଗଡର ଲୋକପ୍ରିୟ ବିଜେପି ନେତା ସୁବାସ ଚୌହାନ ବିଜେପି ରୁ ଇସ୍ତଫା ଦେଇଛନ୍ତି Iପୂର୍ବଥର ମାତ୍ର ଅଳ୍ପ ଭୋଟ ବ୍ୟବଧାନ ରେ ହାରିଥିବା ସୁବାଷ ଏଥରକ କଳେବଳେ କୌଶଳେ ବରଗଡ଼ ରେ ବିଜେପି ବାନା ଉଡ଼ାଇବାକୁ ଦୀର୍ଘ 5ବର୍ଷ ଧରି ଅକ୍ଲାନ୍ତ ପରିଶ୍ରମ କରିଥିଲେ ,କିନ୍ତୁ ବିଜେପୁର ନିର୍ବାଚନ ରେ ମୁଖ୍ୟମନ୍ତ୍ରୀ ଙ୍କ ସହିତ ଧର୍ମେନ୍ଦ୍ର ଙ୍କୁ ଲଢ଼ିବାକୁ ପରାମର୍ଶ ଦେବା ତାଙ୍କୁ ମହଙ୍ଗା ପଡିଛି I ନିଜେ ସୁବାଷ ଅଭିଯୋଗ କରିଛନ୍ତି ଯେ ଧର୍ମେନ୍ଦ୍ର ତାଙ୍କ ଟିକେଟ କାଟିଦେଇଛନ୍ତି I

ସେଥିପାଇଁ ସେ ଦଳ ଛାଡିବାକୁ ମନସ୍ତ କରିଥିଲେ ଏବଂ ଦଳ ଛାଡିଛନ୍ତି Iବିଜେଡି ରେ ମିଶିବା ନେଇ ଚର୍ଚ୍ଚା ହେଉଛି I ଅପରପକ୍ଷରେ ବିଜେପି ଉପ ସଭାପତି ତଥା ମୟୁରଭଞ୍ଜ ଜିଲ୍ଲା ମୋରଡା ଆସନ ପାଇଁ ଆଶାୟୀ ରାଜକିଶୋର ଦାସ ବିଜେପି ଛାଡି ବିଜେଡି ରେ ସାମିଲ ହେଇଛନ୍ତି I ସେ ମଧ୍ୟ ଧର୍ମେନ୍ଦ୍ର ଙ୍କ ଉପରେ ବର୍ଷିଛନ୍ତି I ଗୋଟେପଟେ ବୈଜୟନ୍ତ ଦଳରେ ଯୋଗ ଦେଇ ବିପକ୍ଷ ଟାଣୁଆ ନେତାଙ୍କୁ ମିଶାଇ ଶକ୍ତି ବୃଦ୍ଧି କରୁଥିବା ବେଳେ ଅନ୍ୟପଟେ ଧର୍ମେନ୍ଦ୍ର ଙ୍କ ପାଇଁ ଅନେକ ଟାଣୁଆ ନେତା ଦଳ ଛାଡ଼ୁଛନ୍ତି I

Leave a Reply

Your email address will not be published. Required fields are marked *