ବିଜେଡି ର ୨୦୧୪ ନିର୍ବାଚନୀ ପ୍ରତିଶୃତି ଅଧାରେ ରହିଗଲା ,ପାଞ୍ଚ ବର୍ଷ ବିତିଗଲାଣି କିନ୍ତୁ ରାସ୍ତା ହେଲାନି !

ସବୁ ଗାଁ କୁ ସଡକ ଯୋଗାଇଦିଆଯିବ I ଗାଁ ରେ ରହିବନି ଆଉ ମାଟି ଗୋଡି ରାସ୍ତା I ଏମିତି ପ୍ରତିଶୃତି ଦେଇଥିଲା ବିଜେଡି 2014 ରେ I ତେବେ ୟା ମଧ୍ୟରେ ବିପୁଳ ପରିମାଣରେ ବିଜେଡି ଭୋଟ ପାଇ ଦୀର୍ଘ 5ବର୍ଷ ବିତିଯାଇଛି I କିଛି ଜାଗାରେ ନିଜ ପ୍ରତିଶୃତି ପୂରଣ କରିଛି ବିଜେଡି ,ତେବେ ଏବେବି କନ୍ଧମାଳ ,କଳାହାଣ୍ଡି ପରି ପଛୁଆ ଜିଲ୍ଲାରେ ସଡକ ଗମନାଗମନ ନଥିବା ବେଳେ ଖଟିଆ ରେ ବୁହାହେଇ ଯାଉଛନ୍ତି ପ୍ରସବ ପାଇଁ I

ଏହା ସବୁଦିନର ନିତିଦିନିଆ କଥା I କିନ୍ତୁ ରାଜଧାନୀ ନିକଟବର୍ତୀ ନୟାଗଡ଼ ଜିଲା ର ରଣପୁର ବ୍ଲକ ନିକଟସ୍ଥ ଡେଙ୍ଗାଝରି ଗ୍ରାମରେ ଏବେବି ପଡ଼ିରହିଛି ମାଟି କାଦୁଅ ରାସ୍ତା I ଯେଉଁ ରାସ୍ତା ବି ଅଛି ତାହା ଅଧା ପିଚୁ ଉଡିଯାଇଛି I ଗାଁ କଥା ଭୁଲିଯାଇଛନ୍ତି ଭୋଟ ମାଗିବାକୁ ଯାଇଥିବା ନେତା

I ଭୋଟ ପାଇ ଜିତିବା ପରେ ପ୍ରତିଶୃତି ସବୁ ଅଧାରେ ରହିଯାଇଛି I ପାଞ୍ଚ ବର୍ଷ ବିତିଯାଇଛି ,ପୁଣି ଭୋଟ ସମୟ ଆସିଛି ନେତାମାନେ ଭୋଟ ପାଇଁ ପୁଣି ସେହି ଗାଁ କୁ ଯାଉଛନ୍ତି କିନ୍ତୁ ରାସ୍ତା ସେମିତି ପଡ଼ିରହିଛି I ଦେଖାଯାଉ ଏଥରକ ନିର୍ବାଚନ ପାଇଁ ପୁଣି ସେହି ସମାନ ପ୍ରତିଶୃତି ଦିଆଯାଉଛି ନା କାମରେ କରି ଦେଖାଉଛନ୍ତି I

Leave a Reply

Your email address will not be published. Required fields are marked *