ବିଜେପି 12ଟି, ବିଜେଡି 13ଟି ଏବଂ କଂଗ୍ରେସ 96 ଆସନ ଜିତି ସରକାର ଗଢିବ ଓଡ଼ିଶାରେ

ନିର୍ବାଚନ ପାଖେଇ ଆସୁଥିବା ବେଳେ ସମସ୍ତ ରାଜନୈତିକ ଦଳ ଗୁଡିକ ନିଜର ରଣକୌଶଳ ପ୍ରସ୍ତୁତ କରି ବିପକ୍ଷଙ୍କୁ ମାତ୍ ଦେବାର ଯୋଜନାରେ ଅଛନ୍ତି I ଏହିକ୍ରମରେ ଦଳର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପ୍ରାଥୀ ଘୋଷଣା ସରିଥିବା ବେଳେ କଂଗ୍ରେସ ର ଜଟଣୀ ଟିକେଟ ପାଇଛନ୍ତି ସୁର ରାଉତରାୟ I ସବୁବେଳେ ଗୁଗୁଲି ଛାଡି ଚର୍ଚାରେ ରହୁଥିବା ସୁର ଏଥରକ ବି ଚର୍ଚା ରେ ରହିଛନ୍ତି I 2019 ପାଇଁ ବିଜେଡି 130 ,ବିଜେପି 120+ କହୁଥିବା ବେଳେ ସୁର କହିଛନ୍ତି ଯେ ଏଥରକ ବିଜେପି ଏବଂ ବିଜେଡି ର ଡାହାଣ ପଟ ଶୂନ କଟିଯିବ ମାନେ ବିଜେପି 12ଟି ଏବଂ ବିଜେଡି 13 ଟି ଆସନ ପାଇବ କଂଗ୍ରେସ 96 ଆସନ ପାଇ ସରକାର ଗଠନ କରିବ I ବାକି ବଳକା ଆସନ ରେ ସ୍ୱାଧିନପ୍ରାଥୀ ଜିତିବେ I ସୁର ଙ୍କ ଏହି ବୟାନ ଏବେ ଜୋର ରେ ଚର୍ଚ୍ଚା ଧରିଛି I ଅପରପକ୍ଷରେ ଓଡିଶା କଂଗ୍ରେସ ପିସିସି ସଭାପତି ନିରଞ୍ଜନ ପଟନାୟକ ଦିନ ଗଣିବା ଆରମ୍ଭ କରିଦେଲେଣି ,ଆଉ ଅଳ୍ପ ଦିନ ପରେ ଓଡ଼ିଶାରେ କଂଗ୍ରେସ ସରକାର ଆସିବ I

ଏହାକୁ ଅଧିକାଂଶ ଏବେ କଂଗ୍ରେସ ର ଦିବା ସ୍ୱପ୍ନ କହି ହସରେ ଉଡାଇଦେବାରେ ଲାଗିଛନ୍ତି I

Leave a Reply

Your email address will not be published. Required fields are marked *