ଏବେ ସୌମ୍ୟ ହିଁ ଭରଷା ,ବୈଜୟନ୍ତ ଙ୍କ ବିରୁଧରେ କେନ୍ଦ୍ରାପଡା ରୁ ଲଢ଼ିବେ ସୌମ୍ୟ !!

କେନ୍ଦ୍ରାପଡା କୁ ନେଇ ଏବେ ସବୁଠି ଚର୍ଚ୍ଚା I ବିଜେଡି ରୁ ବୈଜୟନ୍ତ ଯିବା ପରେ ବିଜେପି ରେ ମିଶିଥିଲେ I ବୈଜୟନ୍ତ ଙ୍କୁ ବିଜେପି ରୁ ରାଷ୍ଟ୍ରୀୟ ଉପ ସଭାପତି କରାଯିବା ପରେ ତାଙ୍କ ଶକ୍ତି ପ୍ରଦର୍ଶନ ବଢ଼ିବାରେ ଲାଗିଛି I ବୈଜୟନ୍ତ ଯୋଗ ଦେବାପରେ ବିଜେପି ରୁ ପ୍ରାୟତ ବହୁ ଟାଣୁଆ ନେତାଙ୍କୁ ନିଜ ଆଡକୁ ଟାଣିବାରେ ସକ୍ଷମ ହେଇଛନ୍ତି I କେନ୍ଦ୍ରାପଡ଼ାରୁ ବାରମ୍ବାର ନିର୍ବାଚନ ଜିତୁଥିବା ବୈଜୟନ୍ତ ଙ୍କ ପାଇଁ ଏଥରକ ବିଜେପି ପକ୍ଷରୁ ପୁଣି କେନ୍ଦ୍ରାପଡା ଟିକେଟ ମିଳିଛି I ଯାହାକୁ ନେଇ ବିଜେଡି ଏବେ ଚିନ୍ତାରେ I ବୈଜୟନ୍ତ ଙ୍କୁ ପାନେ ଦେବାକୁ ବିଜେଡି ପ୍ଲାନ କରୁଥିବା ବେଳେ ବୈଜୟନ୍ତ ଙ୍କ ଶକ୍ତି ବୃଦ୍ଧି ବିଜେଡି କୁ ଅଡୁଆ ହେଉଛି I

ବିଜେଡି ତରଫରୁ ବୈଜୟନ୍ତ ଙ୍କ ବିରୁଧରେ ପ୍ରଥମେ ଅନୁଭବ ଙ୍କୁ ପ୍ରୋଜେକ୍ଟ କରାଯିବା ନେଇ ପ୍ଲାନ କରାଯାଇଥିଲେ ମଧ୍ୟ ପରେ ପାଣ୍ଡିଆନ ଙ୍କ ପତ୍ନୀ ସୁଜାତା ଙ୍କୁ ଦଳ ଟିକେଟ ଦେବାକୁ ଭାବିଥିଲା ,ଏଥିରେ ବି ବହୁ ବିଚାର ବିମର୍ଷ ଲାଗି ରହିଛି I

ଅପରପକ୍ଷରେ ଦିଲୀପ ରାୟ ଙ୍କୁ ଦଳ ବୈଜୟନ୍ତ ଙ୍କ ବିରୁଧରେ ଲଢ଼ିବାକୁ ଅଫର ଦେଇଥିଲେ ମଧ୍ୟ ଶ୍ରୀଯୁକ୍ତ ରାୟ ମନାକରିଦେଇଥିବା ଚର୍ଚ୍ଚା ହେଉଛି Iଏପରି ପରିସ୍ଥିତି ରେ ଏବେ ବିଜେଡି ପାଇଁ ଭରଷା ତଥା ଅଶାର ବାଡ଼ି ହେଉଛନ୍ତି ସୌମ୍ୟIନବୀନ ଙ୍କ ପ୍ରମୁଖବିରୋଧୀ ଥିବା ସୌମ୍ୟ ପରେ ବିଜେଡି ରେ ମିଶି ସାଂସଦ ହେଇଥିଲେ I

ସୌମ୍ୟ ଙ୍କୁ କେନ୍ଦ୍ରାପଡା ରେ ବୈଜୟନ୍ତ ଙ୍କ ବିରୁଧରେ ଲଢ଼ିବା ପାଇଁ ଦଳ ଚିନ୍ତା କରୁଥିବା ଭିତିରିଆ ଚର୍ଚ୍ଚା ଚାଲିଛି I ଗୋଟେ ପଟେ ବୈଜୟନ୍ତ ଙ୍କ ପାଖରେ ଓଟିଭି ଭଳି ଏକ ନମ୍ବର ଟିଭି ଥିବାବେଳେ ସୌମ୍ୟ ଙ୍କ ପାଖରେ 1ନମ୍ବର ଖବରକାଗଜ ସମ୍ବାଦ ସହିତ କନକ ଟିଭି ରହିଛି I ତେଣୁ ଦୁଇ ଗଣମାଧ୍ୟମ ମାଲିକ ଙ୍କ ମଧ୍ୟରେ ଜୋରଦାର ଲଢେଇ ହେବ ବୋଲି ଦଳ ଚିନ୍ତା କରୁଥିବା ଚର୍ଚ୍ଚା ହେଉଛି I ଯଦି ଆକଳନ ସତ ହୁଏ ତେବେ ବୈଜୟନ୍ତ ଙ୍କ ବିପକ୍ଷରେ ମୈଦାନ କୁ ଓଲ୍ହାଇବେ ସୌମ୍ୟ I

Leave a Reply

Your email address will not be published. Required fields are marked *