ଅଜାଣତରେ ଛେଣ୍ଡିପଦା ବିଜେଡି ବିଧାୟକ ଖୋଲିଦେଲେ ଗୁମର ,କେମିତି ମିଳେ ଟିକେଟ ? ଜିଲ୍ଲାପାଳ ମାନେ ଦିଅନ୍ତି ରିପୋର୍ଟ !

ଦୀର୍ଘ 20ବର୍ଷ ଧରି ସାଶନ ରେ ଥିବା ବିଜେଡି ଦଳରେ କିପରି ପ୍ରାଥୀ ମାନଙ୍କୁ ଟିକେଟ ଦିଆଯାଏ ,ତାହା ଜାଣିବା ପାଇଁ ପ୍ରାୟତ ସମସ୍ତେ ଇଛା କରିଥାନ୍ତିI କିଏ ଥାଆନ୍ତି ଏହି ଟିକେଟ ବଣ୍ଟନ ର ମୁଖ୍ୟ ? କେମିତି ଦିଆଯାଏ ଟିକେଟ ? ତେବେ ଏସବୁର ଗୁମର ଖୋଲିଛନ୍ତି ବିଜେଡି ଦଳର ଜଣେ ବିଧାୟକ I ଅଜାଣତରେ ବିଜେଡି ଦଳର ଗୁମର କହୁ କହୁ କ୍ୟାମେରା ରେ କଏଦ ହେଇଯାଇଛି ବିଧାୟକ ଙ୍କ ବିସ୍ପୋରକ ବୟାନ I ଯାହାକି ଏକ ୱେବ ପୋର୍ଟାଲ ରେ ପ୍ରସାରଣ ପରେ ଭାଇରଲ ହେବାରେ ଲାଗିଛି

I ତେବେ ଆସନ୍ତୁ ଜାଣିବା ବିଜେଡି ରେ କେମିତି ମିଳେ ଟିକେଟ :ଅନୁଗୁଳ ଛେଣ୍ଡିପଦା ବିଜେଡି ବିଧାୟକ ସୁଶାନ୍ତ କୁମାର ବେହେରା ଙ୍କ କହିବାନୁଯାୟୀ ଟିକେଟ ବଣ୍ଟନ ପୂର୍ବରୁ ପ୍ରଥମେ ବ୍ଲକ ସ୍ତରରେ ବିଡିଓ ଏବଂ ଅନ୍ୟ ଉଚ୍ଚସ୍ତରୀୟ ସରକାରୀ କର୍ମଚାରୀ ମାନେ ଦଳରେ ଥିବା ପ୍ରାଥୀ ଙ୍କ ଲୋକପ୍ରିୟତା ,କାର୍ଯ୍ୟଦକ୍ଷତା କୁ ତଉଲିବା ପରେ ଜିଲ୍ଲାପାଳ ଙ୍କୁ ଏକ ରିପୋର୍ଟ ଦେଇଥାନ୍ତି ଏବଂ ଜିଲ୍ଲାପାଳ ସେହି ରିପୋର୍ଟ କୁ ତର୍ଜମା କରି ପ୍ରାଥୀଙ୍କ ନାମରେ ଗ୍ରୀନ ସିଗନାଲ ଦେଇଥାନ୍ତି

I ଜିଲ୍ଲାପାଳ ଙ୍କ ରିପୋର୍ଟ ପରେ `ତାଲିକା ରେ ଥିବା ପ୍ରାଥୀଙ୍କ ବିଷୟରେ ମତାମତ ସଂଗ୍ରହ ପାଇଁ ପାଖାପାଖି ବିଭିର୍ଣ୍ଣ ଏନଜିଓ ଏବଂ ଏଜେନ୍ସି ଦ୍ୱାରା ୧୦ଟି ରୁ ଉର୍ଧ ସର୍ଭେ କରାଯାଇଥାଏ I ଯେଉଁ ପ୍ରାଥୀ 7/8ସର୍ଭେ ରେ ଉତ୍ତିର୍ଣ୍ଣ ହେଇଥାନ୍ତି ସେ ଟିକେଟ ପାଇବାର ପ୍ରମୁଖ ଦାବିଦାର ହୁଅନ୍ତି I ତେବେ ପାଣ୍ଡିଆନ ବାବୁ ଦଳର ନେତା ମାନଙ୍କୁ ଏସବୁ ଦାୟିତ୍ୱ ଦେଇଥାନ୍ତି I ଏପରି ହେଇଥାଏ ବିଜେଡି ର ଟିକେଟ ବଣ୍ଟନ I କହୁ କହୁ ସିନା ବିଧାୟକ କହିପକେଇଥିଲେ କିନ୍ତୁ ତାଙ୍କୁ ଜଣାନଥିଲା ଯେ ଏହା ସୋସିଆଲ ମିଡିଆରେ ଭାଇରଲ ହେଇଯିବ ବୋଲି I

ଯଦି ଏହା ସତ ହେଇଥାଏ ଅନ୍ତତ ଧରି ନିଆଯିବ ଯେ ଟିକେଟ ବଣ୍ଟନ ରେ ସରକାରୀ କର୍ମଚାରୀ ମାନେ ପ୍ରମୁଖ ଦାୟିତ୍ୱ ବହନ କରିଥାନ୍ତି I

Leave a Reply

Your email address will not be published. Required fields are marked *