ମାନ ଭାଙ୍ଗିଲେ ମହାପାତ୍ରେ ,ବୈଜୟନ୍ତ ଙ୍କ ପାଇଁ ବିଜେପି କୁ ଫେରିଲେ ବିଜୟ

କିଛିଦିନ ଧରି ଚାଲିଥିବା ଚର୍ଚାର ଅବସାନ ଘଟାଇଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର I ବିଜୟ ପୁଣି ଦଳକୁ ଫେରିଆସିବା ନେଇ ବୈଜୟନ୍ତ ଜୋରଦାର ଉଦ୍ୟମ କରିଥିଲେ ,ତେବେ ବିଜୟ ମହାପାତ୍ର ଙ୍କ ଉପସ୍ତିତି କୁ ସହଜରେ ହଜମ କରିପାରୁନଥିଲେ ବିଜେପି ର କିଛି ଅହଂକାର ନେତା I

ସେଥିପାଇଁ ରବିବାର ବୈଜୟନ୍ତ ବିଜୟ ଙ୍କ ଘରେ ପହଁଚିବା ପରେ ଫେରିବା ସମ୍ଭାବନା ଥିଲେ ମଧ୍ୟ କିଛି କର୍ମୀଙ୍କୁ ଲଗାଇ ପ୍ରାୟୋଜିତ ଭାବରେ ଏକ ଗୋଷ୍ଠୀ ବିଜୟ ଙ୍କୁ ବିରୋଧ କରୁଥିବା ଚର୍ଚ୍ଚା ହେଉଥିଲା ,ତେବେ ପୁଣିଥରେ ବୈଜୟନ୍ତ ଏବଂ ରାଜ୍ୟ ପ୍ରଭାରୀ ଅରୁଣ ସିଂ ବିଜୟ ଙ୍କ ଘରେ ଆଜି ପହଁଚି ଆଲୋଚନା କରିଥିଲେ ଏବଂ ତାଙ୍କୁ ଦଳକୁ ଫେରେଇ ଆଣିଥିଲେ I ଆଜି ବିଜୟ ମହାପାତ୍ର ବିଜେପି ରେ ସାମିଲ ହେଇଛନ୍ତି I

ସୂଚନା ଥାଉ କି ବିଜେଡି ପ୍ରତିଷ୍ଠା ର ଅନ୍ୟତମ ସଦସ୍ୟ ବିଜେଡି ରୁ ଏକ ଘରକିଆ ହେଇ ବିଦା ହେଇଥିଲେ ଏବଂ ପରେ ବିଜେପି ରେ ସାମିଲ ହେଇଥିଲେ ତେବେ ଉପକୂଳବର୍ତ୍ତୀ ଜିଲା ଗୁଡିକରେ ବିଜୟ ଙ୍କ ପ୍ରଭାବ ବିସ୍ତାର କୁ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ ସହ୍ୟ କରିପାରିନଥିଲେ ଏବଂ ତାଙ୍କୁ କୋଣ ଠେସା କରିଥିଲେ ,ଫଳରେ ବିଜୟ ବାଧ୍ୟ ହେଇ ଦଳ ଛାଡିଥିଲେ I

Leave a Reply

Your email address will not be published. Required fields are marked *