ପିପିଲି ପାଇଁ ଛିଡ଼ୁନି ଅଙ୍କ ,କାହାକୁ ଦେବେ ଟିକେଟ ବାପା ନା ପୁଅ ?

ବିଜେଡି ର ପ୍ରାଥୀ ଘୋଷଣା ସରିଥିବା ବେଳେ କିଛି ନିର୍ବାଚନ ମଣ୍ଡଳୀ ର ପ୍ରାଥୀଙ୍କ ନାମ ଘୋଷଣା ହେଇନି ,ତନ୍ମଧ୍ୟରୁ ପିପିଲି ଅନ୍ୟତମ I ବେବିନା ଘଟଣାରେ ବିବାଦୀୟ ବୟାନ ଦେଇ ମନ୍ତ୍ରୀପଦ ରୁ ବିଦା ହେଇଥିବା ମହାରଥୀ ଙ୍କୁ ଏ ଯାଏଁ ଟିକେଟ ମିଳିନି I କିନ୍ତୁ ପିପିଲି ରେ ମହାରଥୀ ଙ୍କ ବିକଳ୍ପ ହିଁ କେହି ନାହାନ୍ତି ବିଜେଡି ର ତେଣୁ ପୁରୀର ସମସ୍ତ ପ୍ରାଥୀ ଙ୍କ ନାମ ଘୋଷଣା ସରିଥିବା ବେଳେ କେବଳ ପିପିଲି ଝୁଲିକି ରହିଛି I ଚର୍ଚ୍ଚା ଚାଲିଛି କି ତାଙ୍କ ସ୍ଥାନରେ ତାଙ୍କ ପୁଅ ଅର୍ଥାତ ଜୁନିଅର ମହାରଥୀକିମ୍ବା ପତ୍ନୀ ଙ୍କୁ ଟିକେଟ ମିଳିବ I ତେବେ ଏନେଇ କୌଣସି ସୂଚନା ମିଳିନଥିଲେ ମଧ୍ୟ ଖୁବ ଶୀଘ୍ର ଜଣାପଡ଼ିଯିବ I

Leave a Reply

Your email address will not be published. Required fields are marked *